ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅପିଲ

ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ୮୨ରେ ପହଞ୍ଚିସାରିଲେଣି । ତେବେ ଏହି ସମୟରେ କରୋନା ସଂକ୍ରମିତ ରାଜ୍ୟରୁ ନିକଟରେ ଫେରିଥିବା ବ୍ୟକ୍ତିମାନଙ୍କୁ ଟ୍ୱିଟ କରାଯାଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଅପିଲ କରାଯାଇଛି । ସେମାନେ ନିଜେ ଆସି ନିଜର ପରୀକ୍ଷା କରାଇ ନେବାକୁ ଅପିଲ କରାଯାଇଛି । ପ୍ରକାଶ ଯେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କରାଯାଇଥିବା ଟ୍ୱିଟରେ ଉଲ୍ଲେଖ କରାଯାଇଛି ଯେ, କରୋନା ସମ୍ପର୍କିତ ଲକ୍ଷଣ ଦେଖାଯାଉନଥିଲେ ମଧ୍ୟ ପରୀକ୍ଷା କରାଇନେବା ଉଚିତ । ସଂକ୍ରମଣର ଶିକାର ପ୍ରାୟ ୮୦ ପ୍ରତିଶତଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉନି । ତେଣୁ ବାହାରୁ ଫେରିଥିବା ବ୍ୟକ୍ତି ନିଜର ଓ ପରିବାରର ସୁରକ୍ଷା ପାଇଁ ଆଗେଇ ଆସନ୍ତୁ । ଉଭୟ ସାମ୍ପଲ ପରୀକ୍ଷା ଓ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଆଜି ପୁଣି ଭଦ୍ରକ ଜିଲ୍ଲାରୁ ତିନି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ତିନି ଜଣଙ୍କର ପଶ୍ଚିମବଙ୍ଗ ଲିଙ୍ଗ ରହିଥିବା କଥା ଜାଣିବା ପରେ ରାଜ୍ୟ ସରକାର ଉଦବେଗ ପ୍ରକାଶ କରିଛନ୍ତି । ଏହି ୩ ଜଣ ଆଗରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କର ସହଯାତ୍ରୀ ଥିଲେ । ୩ ଜଣ ଆକ୍ରାନ୍ତଙ୍କର ମଧ୍ୟ କୋଲକାତା ଲିଙ୍କ୍ ବୋଲି ସ୍ପଷ୍ଟ କରିଛି ରାଜ୍ୟ ସରକାର ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ