ବାହାର ରାଜ୍ୟରୁ ଫେରିଥିବା ୬୮ଜଣଙ୍କ ନାମ ପଞ୍ଜିକୃତ

ହାଟଡ଼ିହି : ରାଜ୍ୟବାହାରେ ବିଭିନ୍ନ କର୍ମସଂସ୍ଥାନରେ କାମ କରୁଥିବା ଅନେକ ଲୋକମାନେ ଏବେ କରୋନା ପାଇଁ ଘରକୁ ପଳାଇ ଆସୁଥିବାବେଳେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆଶାଙ୍କା ଦେଖା ଦେଇଛି । ସେମାନେ ଉପଯୁକ୍ତ ସଚେତନ ହୋଇ ନଥିବାରୁ ଓ ସେମାନଙ୍କୁ ସେମାନଙ୍କ ପରିବାର ଲୋକେ ଅବଜରଭେସନରେ ରଖୁ ନଥିବାରୁ ଏହା ଅନେକ ଗ୍ରାମବାସୀଙ୍କୁ ଅଡୁଆରେ ପକାଇଛି । ଆଜି ବଡରମ୍ପାସ ପଞ୍ଚାୟତରେ କିଛି ବ୍ୟକ୍ତି ବାହାର ରାଜ୍ୟରୁ ଘରକୁ ଫେରିଥିବାବେଳେ ସେମାନଙ୍କୁ କପରି ସତେନ କରାଯିବ ସେନେଇ ଲୋକମାନେ ସରପଞ୍ଚଙ୍କ ସହାୟତା ଲୋଡିଥିଲେ । ଆଜି ସୁଧା ବାହାର ରାଜ୍ୟରୁ ଘରକୁ ଫେରିଥିବା ବିଭିନ୍ନ ଗ୍ରାମର ୬୮ଜଣ ବ୍ୟକ୍ତି ସେମାନଙ୍କ ନାମ ବ୍ଲକରେ ପଞ୍ଜିକୃତ କରିଥିବା ଜଣାଯାଇଛି । ତନ୍ମଧ୍ୟରୁ ଦୁଇଜଣ ବ୍ୟକ୍ତି ଜ୍ୱର ଓ କାଶରେ ପିଡିତ ଥିବାରୁ ସେମାନଙ୍କ ନିକଟକୁ ସ୍ୱତନ୍ତ୍ର ଡାକ୍ତରୀଦଳ ଯାଇ ଚିକତ୍ସା ଓ ସଚେତନ କରାଉଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ