ବାହାର ରାଜ୍ୟର ଖଣିଜ ପଦାର୍ଥ ପରିବହନକୁ ରାଜ୍ୟ ଟ୍ରକ ମାଲିକ ସଂଘର ବିରୋଧ

ଘଟଗାଁ ,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଳା ଘଟଗାଁର ମାଁ ତାରିଣୀ କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ଟ୍ରକ ମାଲିକ ସଂଫ ତରଫରୁ ବାହାର ରାଜ୍ୟର ଟ୍ରକ ଦ୍ୱାରା ଖଣିଜ ପଦାର୍ଥ ପରିବହନକୁ ବିରୋଧ କରିବା ସହ ଉପରେ ଅଙ୍କୁଶ ନଲଗାଇଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନର ପନ୍ଥା ଆପଣାଇବେ ବୋଲି ରାଜ୍ୟ ଟ୍ରକ ମାଲିକ ସଂଘ ବୈଠକରେ ନିଷ୍ପତ୍ତି ନେଇଛି ।ରାଜ୍ୟ ବାହାରର ଟ୍ରକ ମାନଙ୍କ ୁ ଟେମ୍ପରାରି ପରମିଟରେ କେନ୍ଦୁଝର ଜିଲ୍ଲାରୁ ପ୍ରତିଦିନ ଲୁହା ପଥର ପରିବହନ କରାଯାଉଥିବାରୁ ଏହାକୁ ଟ୍ରକ ମାଲିକ ମାନେ ବିରୋଧ କରିଛନ୍ତି । ରାଜ୍ୟ ବାହାରର ଟ୍ରକ ମାନଙ୍କୁ ପରମିଟ ମିଳି ଖଣିଜ ପଦାର୍ଥ ପରିବହନ କରୁଥିବାରୁ କେନ୍ଦୁଝର .ବଡବିଲ,ଯୋଡା ,କୋଇଡା, ଚମାଖଣ୍ଡି ,ପାରାଦ୍ୱୀପ ଟ୍ରାଫିକ ସମସ୍ୟା ଜଟିଳ ହେବା ସହ ରାଜ୍ୟ ଟ୍ରକ ମାଲିକ ସଂଘ ମାନେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । ବୌଠକରେ କେନ୍ଦୁଝର ଟ୍ରକ ମାଲିକ ସଂଘ ସମତେ ରାଜ୍ୟର ୭ଟି ଟ୍ରକ ମାଲିକ ସଂଘର କର୍ମକର୍ତାଙ୍କୁ ନେଇ ଏକ ସମନ୍ଲୟ ସମିତି ଗଠନ କରି ରାଜ୍ୟ ସରକାରଙ୍କୁ ନିଜର ଦାବି ଜଣାଇବା ନିଷ୍ପତି ନିଆଯାଇଛି . ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କାରା ନଗଲେ ରାଜ୍ୟ ଟ୍ରକ ମହାସଂଘ ଆନ୍ଦୋଳନ ପନ୍ଥା ଆପଣେଇବା ପାଇଁ ଚେତାବନୀ ଦେଇଛନ୍ତି . ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ