ବାହାର ରାଜ୍ୟର ଜଣେ ଶ୍ରମିକଙ୍କୁ ଅରବିନ୍ଦ ଆଇ କେୟାର ହସପିଟାଲକୁ ପଠାଗଲା

ଛତ୍ରପୁର (ଓ୍ବାଇଏନ୍ଏସ୍) : ମାର୍ଚ୍ଚ ୩୦ତାରିଖ ଠାରୁ ତାମିଲନାଡ଼ୁର ୪୪ ଜଣ, ପଶ୍ଚିମବଙ୍ଗର ୪ ଜଣ ଓ ଝାଡ଼ଖଣ୍ଡର ୧୬ ଜଣ ସମୁଦାୟ୬୪ ଜଣ ଶ୍ରମିକ ଏକ ମାଲବାହୀ ଟ୍ରକ, ମାଛଗାଡ଼ି ଓ ଅଣ୍ଡା ଗାଡ଼ିରେ ସେମାନଙ୍କ ରାଜ୍ୟକୁ ଯାଉଥିବାବେଳେ ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ଧରି ପ୍ରଥମେ ନରେନ୍ଦ୍ରପୁର ହାଇସ୍କୁଲଠାରେ ରଖାଯାଇଥିବାବେଳେ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡିସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ରଖାଯାଇଛି । ସେଠାରେ ସେମାନଙ୍କୁ ତାଙ୍କ ରାଜ୍ୟର ରୁଚି ଅନୁସାରେ ଖାଦ୍ୟପଦାର୍ଥ ପ୍ରଦାନ କରି ଅତିଥିଙ୍କ ଭଳି ସେବା କରାଯାଉଛି । ଏହି ପରିପ୍ରେକ୍ଷୀରେ ଗତ ଦୁଇ ଦିନ ହେଲା ତାମିଲନାଡ଼ୁର ବି.ବିଘ୍ନେଶ ନାମକ ଶ୍ରମିକଙ୍କ ଆଖି ଯନ୍ତ୍ରଣା ହେବା ଯୋଗୁଁ ତାଙ୍କୁ ଏପ୍ରିଲ ୧୪ ତାରିଖ ଦିନ ପ୍ରଶାସନ ପକ୍ଷରୁ ଶଙ୍କର ଚକ୍ଷୁ ଚିକିତ୍ସାଳୟରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ସେଠାରେ ଉପସ୍ଥିତ ଡାକ୍ତର ତାଙ୍କ ଆଖିର ସର୍ଜରୀ କରିବା ନିମନ୍ତେ ଚେନ୍ନାଇର ମଦୁରାଇସ୍ଥିତ ଅରବିନ୍ଦ ଆଇ କେୟାରରେ ଚିକିତ୍ସା ହେବା ନିମନ୍ତେ କହିଥିଲେ । ଏହି ପରିପ୍ରେକ୍ଷୀରେ ଏପ୍ରିଲ ୧୫ ତାରିଖ ଦିନ ବିଘ୍ନେଶଙ୍କ ସମ୍ପର୍କୀୟ ଆର.ବାଲକ୍ରିଷ୍ଣନ ଓ କେସି.ସୁନ୍ଦର ରାଜନଙ୍କ ନିଜସ୍ୱ ଚାରିଚକିଆ ଗାଡ଼ିରେ ବିଘ୍ନେଶଙ୍କୁ ଅରବିନ୍ଦ ଆଇ କେୟାର ହସପିଟାଲକୁ ନେବା ନିମନ୍ତେ ଆସିଥିବାରୁ ସେମାନଙ୍କୁ ନିୟମ ଅନୁସାରେ କାଗଜପତ୍ର କରି ବିଘ୍ନେଶଙ୍କୁ ଛଡ଼ାଯାଇଥିଲା । ଏଥିରେ ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ମ୍ୟୁନିଷିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଜନସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ ସୀମାଂଚଳ ପ୍ରଧାନ ଓ କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଉକ୍ତ ହସ୍ପିଟାଲ କୁ ପଠାଇବାରେ ସମ୍ପୂର୍ଣ ମାତ୍ରରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ