ବାହାର ରାଜ୍ୟ କୁ ଯାଇ E-KYC କରିବା ମହଙ୍ଗା ପଡିଲା
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ରାଜ୍ୟ ରେ ନୂତନ ଭାବେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ଭୂତ ରାସନକାର୍ଡ ଧାରୀ ଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟ ସରକାର E-KYC ଲାଗି ସମସ୍ତ ହିତାଧିକାରୀଙ୍କୁ ଅନୁରୋଧ କରିଛନ୍ତି ଏବଂ ଡିସେମ୍ବର ମାସ ଶେଷ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରିଛନ୍ତି। E-KYC କରିବାର ମୂଖ୍ୟ ଉଦ୍ଦେଶ୍ୟ ହେଲା ଭୂତ ରାସନକାର୍ଡ ଧାରୀ ଉକ୍ତ ଯୋଜନା ରୁ ବାଦ ଦେବା। E-KYC ଲାଗି ପଞ୍ଚାୟତ ରେ ଜନସମାଗମ ହେଉଥିବା ବେଳେ ଏହାର ଫାଈଦା ନେଇ କିଛି ଯୋଗାଣ ସହାୟକ ପଞ୍ଚାୟତ ରେ E-KYC ନକରି ରାଜ୍ୟ ବାହାରେ ଡେରା ପକାଇ ସେଠାରେ ଥିବା ହିତାଧିକାରୀଙ୍କ E-KYC କରି ଅର୍ଥ ଆଦାୟ କରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହା ପରେ ବିଡ଼ିଓ ପ୍ରକାଶ କରିଥିଲେ ଯେ,ଯେଉଁ ଯୋଗାଣ ସହାୟକ ଏହାର ଦୂରୁପଯୋଗ କରିଛନ୍ତି, ସେମାନଙ୍କ ବିରୋଧରେ ଆଈନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତଦନୁଯାୟୀ, ବିଭାଗୀୟ ଅଧିକାରୀ ଙ୍କ ବିନାନୁମତି ରେ ହିତାଧିକାରୀଙ୍କ E-KYC କରିବା ଲାଗି ରାଜ୍ୟ ବାହାର କୁ ଯାଈଥିବା ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଲକ କୃଷ୍ଣଛାଈ ପଞ୍ଚାୟତ ର ଯୋଗାଣ ସହାୟକ ଜଗଦୀଶ ଚନ୍ଦ୍ର ସାହୁ ଙ୍କ ଲାଗି ମହଙ୍ଗା ପଡିଛି। ସୁରତରେ ହିତାଧିକାରୀଙ୍କ ଠାରୁ E-KYC କରି ଅର୍ଥ ଆଦାୟ କରିବା ଭିଡିଓ ଭାଈରାଲ ହେବା ପରେ ପ୍ରଶାସନିକ ସ୍ତରରେ ତଦନ୍ତ ହୋଇଥିଲା। ବଳିଷ୍ଠ ପ୍ରମାଣ ପାଈବା ପରେ ଜଗଦୀଶ ଙ୍କୁ ଚାକିରୀ ରୁ ବହିଷ୍କାର କରାଯାଈଥିବା ବିଡ଼ିଓ ଶିବାଶିଷ ବରାଳ ସୂଚନା ଦେଈଛନ୍ତି।