ବାହା ପାଇଁ ବଧୂବେଶରୁ ବାଳ ସୁଧାର କେନ୍ଦ୍ର ଗଲେ ନାବାଳିକା

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଏବେବି ଗ୍ରାମାଞ୍ଚଳ ରେ ସଚେତନତା ର ଅଭାବ ଦେଖିବାକୁ ମିଳୁଛି। ପାଠ ପଢିବା ଖେଳକୁଦ କରିବା ସମୟ ର୧୫ ବର୍ଷୀୟା ନାବାଳିକା ଙ୍କ ସହ ୩୦ ବର୍ଷୀୟ ଜଣେ ଯୁବକ ସହ ଆଜି ବାହାଘର ପାଇଁ ପ୍ରସ୍ତୁତି ଚାଲିଥିଲା ।ବର କିଛି ସମୟ ପରେ ନାବାଳିକା କୁ ବାହା ହେବାକୁ ଆସିଥାନ୍ତା। ବର ଘର ଭୋଜି ବି ଆଜି ଦିନରେ ଚାଲିଥିଲା। ନାବାଳିକା କୁ ବାହା ହେବାକୁ ବରବେଶ ସାଜି ସନ୍ଧ୍ୟାରେ ବରଯାତ୍ରୀ ଙ୍କୁ ନେଇ ପଟୁଆର ରେ ଆସିବା ଚୂଡ଼ାନ୍ତ ହୋଇଥିଲା। ନାବାଳିକା କନ୍ୟାପକ୍ଷ ର ଭୋଜି ବି ଆଜି ସଂଧ୍ୟାରେ ହୋଇଥାନ୍ତା । ତେବେ ନାବାଳିକା ବିବାହ ଭଳି ଅତ୍ୟନ୍ତ ବେନିୟମ କାର୍ଯ୍ୟ ଚାଳିଥିବା ଖବର ଶୁଣି ସଠିକ୍ ସମୟରେ ଏଭଳି ବାଲ୍ୟବିବାହ କୁ ରୋକିବାରେ ସକ୍ଷମ ହୋଇଛି ପ୍ରଶାସନ। ସାନଖେମୁଣ୍ଡି ବ୍ଲକ୍ ପାଟପୁର ଗାନ୍ଧିଛକ ମହାଲକ୍ଷ୍ମୀ ନଗର ସାହିରେ ଜଣେ ୧୫ ବର୍ଷର ଝିଅ ସହ ଚୁଡଙ୍ଗପୁର ଗ୍ରାମର ଜଣେ ୩୦ ବର୍ଷର ଯୁବକ ଙ୍କ ବାହାଘର ସ୍ଥିର ହେବାସହ ନାବାଳିକା ଜଣକ ବୋହୂ ବେଶରେ ସଜାଇ ହୋଇଥିଲେ ତେବେ ବିବାହ ପୁର୍ବରୁ ସଠିକ୍ ସମୟରେ ତହସିଲଦାର ଡ ଶ୍ରୀନିବାସ ବେହେରା ସିଡ଼ିପିଓ ଅର୍ଚ୍ଚନା କଅଁର ସୁପରଭାଇଜର ପୁଷ୍ପଲତା ପ୍ରଧାନପାଟପୁର ଥାନା ଏଏସାଇ ରବିନ୍ଦ୍ର ଗୌଡ ଚାଇଲ୍ଡଲାଇନ ବଳରାମ ମଲିକ ,ପ୍ରଣତି କାଉର ,ସରପଞ୍ଚ ଟି ବାବୁ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ନାବାଳିକା ବିବାହ ର ପରିଣାମ ଓ ଆଇନଗତ ଦିଗ ପ୍ରତି ଉଭୟ ପରିବାର କୁ ବୁଝାଇଥିଲେ । ପ୍ରଶାସନ ପକ୍ଷରୁ ବୁଝାଶୁଝା ପରେ ନାବାଳିକା ଙ୍କ ପିତା ବିବାହ ନକରିବା ପାଇଁ ଲିଖିତ ଚୁକ୍ତି ପତ୍ର ପ୍ରଦାନ କରିଥିଲେ। ବଧୂବେଶରେ ସଜା ହୋଇଥିବା ନାବାଳିକା କୁ ଚାଇଲ୍ଡ ଲାଇନ ପକ୍ଷରୁ ବାଳ ସୁଧାର କେନ୍ଦ୍ର ଗୃହ କୁ ପଠାଯାଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ