ବାହୁଦା ନଦୀ ରେ ବୁଡ଼ି ଜଣେ ମୃତ୍ୟୁ
ଚିକିଟି–ନୁଆପଡା ଫାଣ୍ଡି ଅନ୍ତର୍ଗତ ବଜ୍ରଗୁମା ନିକଟ ବାହୁଦା ନଦୀ ର ଗଣ୍ଡରେ ଏକ ବ୍ୟକ୍ତି ବୁଡି ଯାଇ ତାର ମୃତ୍ୟୁ ହୋଇଛି , ଅଗ୍ନିଶମ ବାହିନୀ ସକାଳ ୮.୩୦ରୁ ଉଦ୍ଧାର କାର୍ୟ୍ୟ ଅରମ୍ଭ କରିଥିବା ବେଲେ ସଂଧ୍ୟା ୫ ଟା ରେ ମୃତ ଶବ ମିଳି ଥିଲା । ଗଣ୍ଡରେ ପ୍ରାୟ ୨୦ ରୁ ଉର୍ଦ୍ଧ ଫୁଟ ପାଣି ଥିବାରୁ ଉଦ୍ଧାର କାର୍ୟ୍ୟରେ ବିଳମ୍ବ ହୋଇଥିଲା।ଖବର ମୁତାବକ ମୃତ ବ୍ୟକ୍ତି ଜଣକ ପାତ୍ରପୁର ବ୍ଲକ୍ ସୁମାଣ୍ଡି ଗ୍ରାମର ନିରାକାର ଗୋୖଡ ସେ ନିଜ ଶଶୁର ଘର ବଜ୍ରଗୁମା ବୁଲିବାକୁ ଯାଇଥିଲେ ସେଠାରୁ ସ୍ନାନ ସୌଚ ପାଇଁ ନଦୀକୁ ଆସିଥିବା ବେଳେ ବୁଡ଼ି ଯାଇଥିଲେ । ଖବର ପାଇ ଦିଗପହଣ୍ଡି ଅଗ୍ନି ସମ ବାହିନୀ ଓ କେ ନୂଆଗାଁ ପୋଲିସ ମିଶି ମୃତ ଦେହ ଉଦ୍ଧାର କରିଥିଲେ ଏନେଇ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ପଠାଇଥିଲେ।