ବାହୁଦା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ଚିକିଟି,(କୁରେଶ ସାହୁ): ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ନିରଡମ୍ବର ସହ ବାହୁଦା ମହୋତ୍ସବ ପାଳନ କରିବା ନିମନ୍ତେ ଗୁରୁବାର ନୂଆପଡା ସ୍ଥିତ ବ୍ରାହ୍ମଣ ସମାଜ ତରଫରୁ ଗାୟତ୍ରୀ ଶକ୍ତିପୀଠରେ ପ୍ରାକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ମହୋତ୍ସବ କମିଟିର ସଭାପତି କିଶୋର ଚନ୍ଦ୍ର ପ୍ରଧାନ , ସଂପାଦକ ସୁରେନ୍ଦ୍ର ନାଥ ପଣ୍ଡା, ଓ ଏସ୍ ଧର୍ମା ସମାଜସେବୀ ପ୍ରମୁଖ ଯୋଗ ଆସନ୍ତା ୧୨ ତାରିଖ ଠାରୁ ୧୫ ତାରିଖ ୩ ଦିନ ଧରି ବାହୁଦା ମହୋତ୍ସବ ଅନୁଷ୍ଠି୍ତ ହେବ ବୋଲି ସାମ୍ବାଦ୍ୱିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ ୩ ଦିନ ଧରି ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ସହ ଶେଷ କରାଯିବ ବୋଲି ସଭାପତି ସୂଚନା ଦେବା ସହ ଅଂଚଳବାସୀ ମହୋତ୍ସବରେ ସହଯୋଗ କରିବା ନିମନ୍ତେ ଅନୁରୋଧ କରିଛନ୍ତି ।


