ବାହୁଡ଼ା ରଥଯାତ୍ରା ଓ ବଡ଼ ଏକାଦଶୀ ଏକାଦିନରେ ଅନୁଷ୍ଠିତ ପାଇଁ ସ୍ୱତନ୍ତ୍ର ନୀତି

ହିଂଜିଳିକାଟୁ,  (ଶେଷଦେବ ସାହୁ): ଆସନ୍ତା ୧୨ ତାରିଖ ଶୁକ୍ରବାର ଦିନ ହିଂଜିଳିକାଟୁ ପୌରାଂଚଳ ବଇଁଚବଣିଆ ସ୍ଥିତ ପାବନ ଶ୍ରୀକ୍ଷେତ୍ରାଧିପତିଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ସେହି ଦଶମୀ ଦିନ ବଡ଼ ଏକାଦଶୀ ଲାଗିଯିବା ଯୋଗୁଁ ସ୍ୱତନ୍ତ୍ର ନୀତି ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ ସେବକ ନିର୍ମଳ ମିଶ୍ର କହିଛନ୍ତି । ଶୁକ୍ରବାର ସକାଳ ୮ ଟାରେ ଶ୍ରୀଜୀଉ ମାନଙ୍କୁ ଆଡ଼ପ ମଣ୍ଡପରୁ ପହଣ୍ଡି କରି ରଥାରୂଢ କରାଯିବ । ରଥରେ ହିଁ ବଡ଼ ଏକାଦଶୀ ବିଧାନ ସହ ଆଳତି, ସର୍ବସାଧାରଣ ଦର୍ଶନ ଓ ଭୋଗରାଗ ସମର୍ପଣ ବ୍ୟବସ୍ଥା କରାଯିବ । ଏହା ଅପରାହ୍ନ ୩ ଟା ଯାଏଁ ଚାଲୁ ରହିବ । ୩ ଟାରେ ରତରେ ଛେରାପହଁରା ନୀତି ଅନୁଷ୍ଠିତ ହେବା ପରେ ୪ ଘଂଟା ସମୟରେ ରଥ ଟଣା ଆରମ୍ଭ ହେବ ବୋଲି ଜନସାଧାରଣଙ୍କୁ ଅବଗତ କରାଯାଇଛି । ୧୩ ତାରିଖରେ ସୁନାବେଶରେ ରଥାରୂଢ ଦିଅଁ ମାନେ ଦର୍ଶନ ଦେବେ । ଏହି ଉପଲକ୍ଷେ ପୌରାଣିକ ନାଟକ ‘ ରାମାୟଣ’ ନାଟକ ମଂଚସ୍ଥ କରାଯିବ । ୧୪ ତାରିଖରେ ଅଧରପଣା ନୀତି ସହ ନିଳାଦ୍ରି ବିଜେ ଉତ୍ସବ ଅନୁଷ୍ଠିତ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ