ବାୟୁସେନାର ଯୁଦ୍ଧ ବିମାନ ମିଗ ୨୩ ପ୍ରଦର୍ଶନ ଦେଖିବାକୁ ପ୍ରବଳ ଭିଡ଼

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ବିନା ଇଞ୍ଜିନବିଶିଷ୍ଟ ଯୁଦ୍ଧ ବିମାନ ( ମିଗ -୨୩ ) ଯାହା ଭାରତୀୟ ସେନା ରେ ଦୀର୍ଘ ବର୍ଷ ଧରି ସେବାରେ ବ୍ୟବହୃତ ହୋଇଥିଲା ନିକଟସ୍ଥ ପଡୋଶୀ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସାହାରପଡା ବ୍ଲକ ଗଦଗଦି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ନିକଟକୁ ଭାରତୀୟ ବାୟୁସେନାର ସେବାନିବୃତ ଏକ ୟାସିକା ଶ୍ରେଣୀର ମିଗ-୨୩ ବିମାନ ଟ୍ରଲର ଯୋଗେ ଆସି ପହଞ୍ଚିବା ପରେ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଏହି ସେବା ନିବୃତ ଲଢ଼ୁଆ ଯାନଟି କେବଳ ପଦର୍ଶନ ପାଇଁ ଏଠାରେ ସ୍ଥାୟୀ ଭାବେ ରହିବ। ଏହାକୁ ଗ୍ରାମର ଡମ୍ବୁରୁଧର ମହାନ୍ତଙ୍କ ପୁଅ ବରିଷ୍ଠ ବାୟୁସେନା ଅଧିକାରୀ ଡି.ଅମରେଶ ସରକାରଙ୍କ ଠାରୁ ଅନୁମତି ନେଇ ଏଠାକୁ ସ୍ଥାପନ କରି ପ୍ରଦର୍ଶନୀ ଉଦେଶ୍ୟ ଆଣିଛନ୍ତି। ଏହି ବିମାନଟି ଇଞ୍ଜିନ ବିହୀନ ଥିବା ଦେଖିବାକୁ ମିଳିଛି। ଏଥିପାଇଁ ଶିଶୁ ବିଦ୍ୟାମନ୍ଦିର ସଂଲଗ୍ନ ଶିବ ମନ୍ଦିର ନିକଟରେ ସ୍ଥାନ ନିରୂପଣ କରାଯାଇ ସ୍ଥାପନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ରହିଛି । ସମ୍ପୂର୍ଣ ଯାନଟିକୁ ଖଞ୍ଜି ଗୋଟିଏ କରିବାକୁ ଏକ ୬ ଜଣିଆ ଇଞ୍ଜିନିୟରିଂ ଦଳ ଏଠାରେ ପହଞ୍ଚି ତାଙ୍କ କାର୍ଯ୍ୟକୁ ଶେଷ ପର୍ଯ୍ୟାୟ ରେ ପହଞ୍ଚାଇଥିବା ଦେଖିବାକୁ ମିଳିଛି । ତିନିଟି ଟ୍ରଲରରେ ଏହି ସେବା ନିବୃତ ଯୁଦ୍ଧବିମାନଟି ଏଠାକୁ ଆସିଛି। ଏହା ପହଞ୍ଚିବା ପରେ ଏହା ଅଞ୍ଚଳବାସୀଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି ଖଜିରାପାଟ ପଞ୍ଚାୟତ ଗଡ଼ଗଦି ଗ୍ରାମର ବାୟୁ ସେନା ଅଧିକାରୀ ଡି. ଅମରେଶଙ୍କ ପ୍ରୟାସ ଓ ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରଦର୍ଶନ ଉଦ୍ଦେଶ୍ୟରେ ଯୁଦ୍ଧ ବିମାନ ଆଣିଥିବାରୁ ତାଙ୍କୁ ଜନସାଧାରଣ ହୃଦୟରୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ।
ପ୍ରତ୍ୟେକ ଦିନ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁଦ୍ଧ ବିମାନକୁ ଦେଖିବା ପାଇଁ ଶତାଧିକ ଲୋକଙ୍କ ସହିତ ଛାତ୍ର ଛାତ୍ରୀ ଓ ଛୋଟ ଛୁଆଙ୍କ ସମାଗମ ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ