ବାୟୁସେନା ଉପମୁଖ୍ୟ ଆରକେଏସ ଭଦୌରିଆଙ୍କୁ ପରବର୍ତୀ ବାୟୁ ସେନା ମୁଖ୍ୟ ଭାବେ ନିଯୁକ୍ତି

ଭାରତ ସରକାର ପରବର୍ତୀ ବାୟୁ ସେନା ମୁଖ୍ୟ ଭାବେ ବର୍ତମାନର ବାୟୁସେନା ଉପ ମୁଖ୍ୟ ଏୟାର ମାର୍ଶାଲ ଆରକେଏସ ଭଦୌରିଆ, ପିଭିଏସଏମ, ଏଭିଏସଏମ, ଭିଏମ, ଏଡିସିଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ ବର୍ତମାନର ବାୟୁ ସେନା ମୁଖ୍ୟ ଚିଫ ଏୟାର ମାର୍ଶାଲ ବିଏସ ଧନୋଆ, ପିଭିଏସଏମ, ଏଭିଏସଏମ, ୱାଇଏସଏମ, ଭିଏମଙ୍କ ଅବସର ପରେ ପରବର୍ତୀ ବାୟୁ ସେନା ପ୍ରମୁଖ ଭାବେ ନିଯୁକ୍ତି ଦିଆଯିବାକୁ ନିଷ୍ପତି ନିଆଯାଇଛି । ଏୟାର ଚିଫ ମାର୍ଶାଲ ବିଏସ ଧନୋଆ ସେପ୍ଟେମ୍ବର ୩୦, ୨୦୧୯ରେ ଅବସର ଗ୍ରହଣ କରିବେ । ଏୟାର ମାର୍ଶାଲ ଆରକେଏସ ଭଦୌରିଆ ଜୁନ ୧୯୮୦ରେ ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମରେ କମିଶନ ହାସଲ କରିଥିଲେ । ସେ ବିଭିନ୍ନ କମାଣ, ଷ୍ଟାଫ ଏବଂ ଇନଷ୍ଟ୍ରକ୍ସସନାଲ ପଦପଦବୀରେ କାର୍ଯ୍ୟ କରିଛନ୍ତି । ଏୟାର ମାର୍ଶାଲ ଭଦୌରିଆ ପିଭିଏସଏମ, ଏଭିଏସଏମ, ଭିଏମ ଅଟନ୍ତି ଏବଂ ସେ ସର୍ବୋଚ୍ଚ କମାଣ୍ଡରର ଏଡିସି ମାନଙ୍କ ମଧ୍ୟରୁ ଜଣେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ