ବାୟୁସେନା ର ରକ୍ଷା କବଚ ହେବ ରାଫେଲ -ରାଜନାଥ
ପବିତ୍ର ଦଶହରା ଉପଲକ୍ଷେ ଦୁନିଆର ଶକ୍ତିଶାଳୀ ଲଢୁଆ ବିମାନ ମଧ୍ୟରୁ ଗୋଟିଏ ରାଫେଲ ଭାରତକୁ ମିଳିଛି। ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସଠୁ ପ୍ରଥମ ରାଫେଲ ଲଢୁଆ ବିମାନ ଗ୍ରହଣ କରିଛନ୍ତି। ଏହାର କିଛି ସମୟ ପରେ ଫ୍ରାନ୍ସର ଏୟାରବେସରେ ରାଜନାଥ ସିଂହ ରାଫେଲ ଲଢୁଆ ବିମାନର ବିଧିବଦ୍ଧ ଶସ୍ତ୍ର ପୂଜା କରିଛନ୍ତି। ସେ ରାଫେଲ ଜେଟରେ ଓଁ ଲେଖିଛନ୍ତି। ରାଜନାଥ ଏହା ମଧ୍ୟ କହିଛନ୍ତି ଯେ, ଆଜି ହେଉଛି ଐତିହାସିକ ଦିନ। ଆଜି ଭାରତରେ ଦଶହରା ପର୍ବ ପାଳନ କରାଯାଉଛି। ଯାହାକୁ ଆମେ ଅନ୍ୟାୟ ଉପରେ ନ୍ୟାୟର ବିଜୟ ଭାବେ ପାଳନ କରିଥାଉ। ସବୁଠୁ ବଡ଼ କଥା ଆଜି ବାୟୁସେନା ଦିବସ। ଆଜିର ଦିନଟି ଅନେକ ଦୃଷ୍ଟିରୁ ଆମ ପାଇଁ ସ୍ମରଣୀୟ। ରାଫେଲ ବିମାନ ଭାରତୀୟ ବାୟୁସେନାକୁ ବଳଶାଳୀ କରିବ। ବାୟୁସେନାକୁ ବଳଶାଳୀ କରିବା ଆମର ଲକ୍ଷ୍ୟ। ପ୍ରତିରକ୍ଷା ମନ୍ତ୍ରୀ ପ୍ରତିରକ୍ଷା ବ୍ୟତୀତ ଅନ୍ୟ ପ୍ରସଙ୍ଗରେ ଭାରତକୁ ସମର୍ଥନ ଦେଇଥିବାରୁ ଫ୍ରାନ୍ସକୁ ଧନ୍ୟବାଦ ଦେଇଛନ୍ତି। ମୁଁ ଆଶା କରୁଛି ଯେ ଦୁଇ ବଡ଼ ଗଣତାନ୍ତ୍ରିକ ଦେଶ ଆଗକୁ ମଧ୍ୟ ଶାନ୍ତି, ପରିବେଶ ସୁରକ୍ଷା ସହିତ ଅନ୍ୟ ପ୍ରସଙ୍ଗରେ କାମ କରି ଚାଲିବେ। ରାଫେଲରେ ଉଡ଼ାଣ ଭରିବା ମୋ ପାଇଁ ସମ୍ମାନର କଥା। ରାଫେଲ ଗ୍ରହଣ କରିବା ପରେ ପ୍ରତିରକ୍ଷା ମନ୍ତ୍ରୀ ଦଶହରାରେ ହେବାକୁ ଥିବା ପାରମ୍ପରିକ ଶସ୍ତ୍ର ପୂଜା କରିବେ ଏବଂ ଏହା ପରେ ରାଫେଲରେ ଉଡ଼ାଣ ଭରିବେ। ଶସ୍ତ୍ର ପୂଜା ପାଇଁ ଏୟାରବେସରେ ବନ୍ଦୋବସ୍ତ କରାଯାଇଛି।