ବିଇଓଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ତରଫରୁ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ସୁରଥ କୁମାର ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଇଓଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଏବିଇଓ ଧନେଶ୍ୱର ଖଣ୍ଡେଇ ସଭାପତିତ୍ୱ କରିଥିବାବେଳେ ଏବିଇଓ ସୁରେଶ କୁମାର ଜେନା, ଏବିଇଓ ମଞ୍ଜୁଲତା ରାଉତ ଅତିଥିଭାବେ ଯୋଗଦେଇଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ ଥିବା ଗଣେଷଙ୍କ ମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଗାନ୍ଧୀ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ପୂଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରରେ କାର୍ଯ୍ୟାଳୟର କର୍ମଚାରୀମାନେ ବିଦାୟୀ ବ୍ଳକ ଶିକ୍ଷା ଅଧିକାରୀଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ମା ତାରିଣୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏକ ଭାବାବେଗ ପରିବେଶରେ ବିଇଓ ସୁରଥ କୁମାର ସାହୁଙ୍କୁ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ଉତ୍ତରୀୟ, ଉପଢ଼ୌକନ ଆଦି ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମୁଖ୍ୟ କିରାଣି ସୁରେନ୍ଦ୍ର କୁମାର ସା, ଯନ୍ତ୍ରୀ କାମେଶ୍ୱର ସାହୁ, ମନୋଜ କୁମାର ନାୟକ, ନୀଳାଦ୍ରୀ ରାଉତ, ସବ୍ୟସାଚୀ ସ, ବିଶ୍ୱଭୂଷଣ ରାଉଳ, ବିଘ୍ନରାଜ ଜେନା, ସଞ୍ଜୟ କୁମାର ସାହୁ, ଗଜେନ୍ଦ୍ର କୁମାର ମହାପାତ୍ର, ସୁଶାନ୍ତ କୁମାର ସାହୁ, ରଶ୍ମୀପ୍ରୀୟା ମହାନ୍ତି, ଗିତାଞ୍ଜଳୀ ଦାସ, ବ୍ରଜ କିଶୋର ସେଠୀ, କାଳନ୍ଦୀ ଚରଣ ଜେନା ପ୍ରମୁଖ ଯୋଗ ଦେଇଥିଲେ । ବିଇଓ ଶ୍ରୀଯୁକ୍ତ ସାହୁ ଏଠାରେ ପୁର୍ବରୁ ୨୦୧୩ ମସିହାରୁ ଏବିଇଓ ଏବଂ ଭାରପ୍ରାପ୍ତ ବିଇଓ ଭାବେ ଦୀର୍ଘବର୍ଷ କାମ କରିବାପରେ ପୁନର୍ବାର ପଦୋନ୍ନତି ପାଇ ଗତ ୨୬/୦୪/୨୦୨୧ରୁ ଏଠାରେ ବିିଇଓ ଭାବେ କାର୍ଯ୍ୟ କରିଆସୁଥିଲେ । ତାଙ୍କର ଅବସର ପରେ ଆଜିଠାରୁ ବିଇଓ ପଦବୀଟି ଖାଲି ପଡିବାରୁ ତୁରନ୍ତ ନୁତନ ବ୍ଲକ ଶିକ୍ଷା ଅଧିକାରୀ ପଦବୀ ପୁରଣ ପାଇଁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ