ବିଇଓଙ୍କ କାର୍ଯ୍ୟାଳୟରେ ଗଣେଶ ମୁର୍ତ୍ତୀ ପ୍ରତିଷ୍ଠା

ହାଟଡ଼ିହି : ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଗଣେଶ ମୁର୍ତ୍ତୀକୁ ଆନୁଷ୍ଠାନିକ ଭାବେ ପୂଜାର୍ଚ୍ଚନା କରାଯାଇ ପ୍ରତିଷ୍ଠା କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୁର୍ବତନ ବ୍ଲକ ଶିକ୍ଷାଧିକାରୀ ଗୁଣନିଧି ଦାଶ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଠାକୁରଙ୍କ ଏହି ମୂର୍ତ୍ତୀଟି ସ୍ଥାପନ ହୋଇଥିଲେ ମଧ୍ୟ ପ୍ରତିଷ୍ଠା ହୋଇପାରି ନଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ବିଇଓ କ୍ଷୀରୋଦ କୁମାର ତ୍ରିପାଠୀ, ଆନନ୍ଦପୁର ବିଇଓ ଶରତ କୁମାର ରାଉତ, ପୁର୍ବତନ ଏବିଇଓ ତପୋଧନ ସ୍ୱାଇଁ, ପୁର୍ବତନ ଏବିଇଓ ଧନେଶ୍ୱର ଖଣ୍ଡେଇ, ବର୍ତ୍ତମାନର ଏବିିଇଓ ସୁରଥ କୁମାର ସାହୁ, ବି.ଆର.ସି.ସି ବିନୋଦ କୁମାର ରାଉତ, ଏବିଇଓ ସୁରେଶ କୁମାର ଜେନା ପ୍ରମୁଖ ଯୋଗଦେଇ ପୂଜାର୍ଚ୍ଚନା କରିଥିବାବେଳେ ପ୍ରଫୁଲ କୁମାର ଜେନା, ନାରାୟଣ ଚନ୍ଦ୍ର ଲେଙ୍କା, ହାସ୍ୟମୟୀ ରାଜ, ପ୍ରଫୁଲ କୁମାର ସାହୁଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସିଆରସିସି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ