ବିଇଓ ଙ୍କୁ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜାନୁଆରୀ ୪ ତାରିଖ ଦିନ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ବୁଗୁଡା ବିଇଓ ନୀଳମାଧବ ଷଡଙ୍ଗୀଙ୍କୁ ଏକ ୭ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଶିକ୍ଷକଙ୍କୁ ଏମ.ଏ.ସି.ପି. ପ୍ରଦାନ, ଡୁପ୍ଲିକେଟ ସର୍ଭିସ ବୁକ ଗୁଡିକୁ ଆଟେଷ୍ଟେଡ଼ କରିବା, ସମସ୍ତ ସରକାରୀ ଚିଠିର କପି ପ୍ରଦାନ, ସ୍କୁଲକୁ ଆସୁଥିବା ଗ୍ରାଣ୍ଟ ଟଙ୍କାର ବିନିଯୋଗ ପାଇଁ ସୂଚନା, ଦିନ ଧାର୍ଯ୍ୟ କରି କ୍ଳଷ୍ଟର ସ୍ତରରେ ବିନିଯୋଗ ପତ୍ର ସଂଗ୍ରହ, ସେଟ ଅପ ପେ ପ୍ରତ୍ୟହାର କରି ପେ ଫିକ୍ସିଂ ଓ ପରିଶୋଧ କରିଥିବା ହୁଡୁକୋ ଲୋନ ବିଷୟ ସର୍ଭିସ ବୁକରେ ଉଲ୍ଲେଖ କରିବାକୁ ଦାବି କରାଯାଇଛି। ସଙ୍ଘର ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ନଗେନ୍ଦ୍ର ନାଥ ଷଡଙ୍ଗୀ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ବୃନ୍ଦ ଲିଖିତ ଭାବେ ଏହି ଦାବୀ ପତ୍ର ପ୍ରଦାନ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଏବିଇଓ ପିତାମ୍ବର ବିଷୋୟୀ ଓ ପ୍ରମୋଦ ଚନ୍ଦ୍ର ସେନାପତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ