ବିଏଆରସିର ନିର୍ଦ୍ଦେଶକ ଭାବେ କାର୍ଯ୍ୟଭାର ଗ୍ରହଣ କଲେ ଡ. ଏ.କେ ମହାନ୍ତି

ବିଶିଷ୍ଟ ବୈଜ୍ଞାନିକ ଏବଂ ଭାବା ଆଣବିକ ଗବେଷଣା କେନ୍ଦ୍ର (ବିଏଆରସି)ର ପଦାର୍ଥ ବିଜ୍ଞାନ ବିଭାଗ ନିର୍ଦ୍ଦେଶକ ତଥା କୋଲକାତାର ସାହା ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ଫିଜିକ୍ସର ନିର୍ଦ୍ଦେଶକ ଡ. ଏ.କେ. ମହାନ୍ତି ଆଜି ବିଏଆରସିର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଣବିକ ଶକ୍ତି କମିଶନର ଅଧ୍ୟକ୍ଷ ତଥା ଭାରତ ସରକାରଙ୍କ ଆଣବିକ ଶକ୍ତି ବିଭାଗର ସଚିବ ଶ୍ରୀ କେ.ଏନ. ବ୍ୟାସଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ଡ. ମହାନ୍ତି ବିଏଆରସି ପ୍ରଶିକ୍ଷଣ ସ୍କୁଲର ୨୬ତମ ବ୍ୟାଚରେ ସ୍ନାତକ ଉତୀର୍ଣ୍ଣ ହୋଇଥିଲେ ଏବଂ ୧୯୮୩ରେ ଭାବା ଆଣବିକ ଗବେଷଣା କେନ୍ଦ୍ରର ନ୍ୟୁକ୍ଲିୟର ଫିଜିକ୍ସ ବିଭାଗରେ ଯୋଗ ଦେଇଥିଲେ । ବିଗତ ୩୬ ବର୍ଷ ଧରି ଡ. ମହାନ୍ତି ନ୍ୟୁକ୍ଲିୟର ଫିଜିକ୍ସର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି ।
ଡ. ମହାନ୍ତି ଇଣ୍ଡିଆନ ଫିଜିକାଲ ସୋସାଇଟିର ଯୁବ ବୈଜ୍ଞାନିକ ପୁରସ୍କାର (୧୯୮୮), ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମୀ (୧୯୯୧) ଏବଂ ଆଣବିକ ଶକ୍ତି ବିଭାଗର ହୋମି ଭାବା ବିଜ୍ଞାନ ଏବଂ ପ୍ରଯୁକ୍ତି ପୁରସ୍କାର (୨୦୦୧) ହାସଲ କରିଛନ୍ତି ।
ବିଏଆରସିର ନିର୍ଦ୍ଦେଶକ କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ଡ. ମହାନ୍ତି ପଦାର୍ଥ ବିଜ୍ଞାନ ସମୂହର ନିଜ ପୂର୍ବ ଅଧିକାରୀମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ, ଯେଉଁମାନେ ତାଙ୍କୁ ଆଣବିକ ପଦାର୍ଥ ବିଜ୍ଞାନର ନିମ୍ନ ଏବଂ ଉଚ୍ଚ ଶକ୍ତିକୁ ଗଭୀର ଭାବେ ବୁଝିବାରେ ସହାୟତା କରିଛନ୍ତି । ସେ ମଧ୍ୟ ନିଜ ବରିଷ୍ଠ ସହଯୋଗୀମାନଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଥିଲେ ଯେଉଁମାନେ ତାଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ମହତ୍ୱ ଥିବା ପ୍ରକଳ୍ପ ପୂରଣ କରିବାରେ ସହାୟତା କରିଥିଲେ, ଯେଉଁଥିରେ ସେ ଯୋଗଦାନ କରିପାରିବେ । ସେ ଆହୁରି କହିଥିଲେ ଯେ ସାମାଜିକ ଗୁରୁତ୍ୱ ବହନ କରୁଥିବା କ୍ଷେତ୍ରରେ ବିଏଆରସିର କାର୍ଯ୍ୟ ଜାରି ରଖିବା ପ୍ରତି ସେ ପ୍ରତିବଦ୍ଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ