ବିଏଡିସି ଆନୁକୂଲ୍ୟରେ ନିଶାନିବାରଣ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବସ୍ତି ଏରିଆ ଡେଭେଲପ୍ମେଂଟ୍ କାଉନସିଲ୍ (ବି.ଏ.ଡି.ସି) ପକ୍ଷରୁ ସ୍ଥାନୀୟ ଯୁକ୍ତଦୁଇ ବାଲେଶ୍ୱର ମହାବିଦ୍ୟାଳୟଠାରେ କଲେଜର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବିଏଡିସିର ସାଧାରଣ ସଂପାଦକ ତଥା ବିଶିଷ୍ଟ ସମାଜସେବୀ ତଥା କିଶୋର ନ୍ୟାୟ ପରିଷଦର ସଭ୍ୟ ଗୋପାଳ କୃଷ୍ଣ କର ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ସାମରିକ ବିଭାଗର ଅଫିସର ଅଶୋକ କୁମାର ଦାଶ ଯୋଗ ଦେଇ ଆଜିର ଯୁବସମାଜକୁ ନିଶାଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେବା ସହିତ ଶିଶୁପ ସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଣି ସନ୍ଧ୍ୟାରାଣୀ ସିଂ ଯୋଗ ଦେଇ ସ୍କୁଲ, କଲେଜ ପିଲାମାନଙ୍କ ନିମନ୍ତେ ନିଶା ନିବାରଣ ଜରୁରୀ ବୋଲି ତାଙ୍କ ବକ୍ତବ୍ୟରେ ପ୍ରଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ବାଲେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷ ଅନୁଦା ପ୍ରସାଦ ଜେନା ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ସୌମ୍ୟରଞ୍ଜନ ପ୍ରଧାନ ଏବଂ ଅଧ୍ୟାପିକାମାନେ ଉପସ୍ଥିତ ରହି ନିଶା ନିବାରଣ ଓ ଶିଶୁ ସୁରକ୍ଷା ଉପରେ ଗୁରୁତିବପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ