ବିଏଡ୍ ଶିକ୍ଷା ସହାୟକଙ୍କ ଧାରଣା ଅବ୍ୟାହତ
ଭୁବନେଶ୍ୱର (ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ ବିଏଡ଼୍ ଶିକ୍ଷା ସହାୟକଙ୍କ ଧାରଣା ୨୨ ଦିନରେ ପହଁଞ୍ôଚଛି । ରାଜଧାନୀର ରାଜରାସ୍ତାରେ ଶିକ୍ଷକମାନେ ବସିଥିବା ବେଳେ ସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ରାଜ୍ୟ ସଂଘ ସଭାପତି ଅଜୟ କୁମାର ଧଳ ଜଣାଇଛନ୍ତି । ଆଜି ସ୍ଥାନୀୟ ଲୋୟର ପିଏମ୍ଜିଠାରେ ·ଲିଥିବା ଧାରଣାସ୍ଥଳରେ ବିଏଡ଼ ଶିକ୍ଷା ସହାୟକମାନେ ଏକ ସଭା କରି ପୁଲ୍ୱାମାରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ସ୍ମୃତି·ରଣ କରି ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରିଥିଲେ । ଏହି ଧାରଣାରେ ରାଜ୍ୟ ସଂଘ ଉପସଭାପତି ସରୋଜ କୁମାର ପଣ୍ଡା ଓ ସମ୍ପାଦକ ଦେବେନ୍ଦ୍ର ନାୟକ, ଆବାହକ ରୁପେଶ ସାହୁ ସରକାରଙ୍କ ଶିକ୍ଷକମାରଣ ନୀତିର ତୀବ୍ର ସମାଲୋଚନା କରିଥିଲେ । ଏହି ଧାରଣା ଜାନୁୟାରୀ ୨୮ରୁ ·ଲି ଆସିଥିଲେ ମଧ୍ୟ ସରକାର କିମ୍ବା ଗଣଶିକ୍ଷା ବିଭାଗର ମନ୍ତ୍ରୀ ଓ ଶିକ୍ଷା ସଚିବ ଶିକ୍ଷକଙ୍କୁ ଡାକି ଆଲୋଚନା ନକରିବା ଅତ୍ୟନ୍ତ ଦୁଃଖଦାୟକ ବୋଲି ପ୍ରକାଶ କରିଥିଲେ । ଦୀର୍ଘଦିନ ଧରି ଶିକ୍ଷା ସହାୟକମାନଙ୍କ ଦାବିଗୁଡ଼ିକୁ ପୂରଣ ନ କରି କାଳକ୍ଷେପଣୀ ନୀତି ଗ୍ରହଣ କରିଥିବାରୁ ଓ ସାଧାରଣ ଦିନ ମଜୁରିଆଠାରୁ କମ୍ ମଜୁରୀ ଦେଉଥିବାରୁ ଶିକ୍ଷକ ସଂଘ ଚୁପ୍ ହୋଇ ନ ବସି ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ତୁର” ଏହାର ପଦକ୍ଷେପ ନ ନିଅନ୍ତି, ସଂଘର ସମସ୍ତ ସଦସ୍ୟ ସପରିବାର ଅଗାମାୀ ସାଧାରଣ ନିର୍ବାଚନ ବର୍ଜନ କରିବାକୁ ରାଜ୍ୟ ସଂଯୋଜକ ଲାଲାଟେନ୍ଦୁ ମହଲ, ଦୁର୍ଯ୍ୟୋଧନ ଦାସ ପ୍ରମୁଖ ଦୃଢ ପ୍ରତିବାଦ ଜଣାଇଛନ୍ତି ।