ବିଏମଏସ ପକ୍ଷରୁ ଜିଲାସ୍ତରୀୟ ସମରସତା ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ମଜଦୁର ସଂଘ (ବିଏମଏସ)ର ସଂସ୍ଥାପକ ଦତ୍ତପନ୍ତ ଠେଙ୍ଗିଡ଼ଜୀଙ୍କ ପୁଣ୍ୟତିଥି ଅବସରରେ ସଂଗଠନର ବାଲେଶ୍ୱର ଶାଖା ପକ୍ଷରୁ ସାମାଜିକ ସମରସତା ଦିବସ ଭାସ୍କରଗଞ୍ଜ ସ୍ଥିତ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି । କୁନ୍ତଳା ଗୋଚ୍ଛାୟତ ଏଥିରେ ଅଧ୍ୟକ୍ଷତା କରିଥିଲେ । ଭାରତୀୟ ମଜଦୁର ସଂଘର ଜିଲା ସମ୍ପାଦକ ଅରୂପ କୁମାର ନାୟକ କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । ବିଏମଏସର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ଏଥିରେ ଯୋଗଦେଇ ଦତ୍ତପନ୍ତ ଠେଙ୍ଗଡ଼ଜୀଙ୍କ ଜୀବନାଦର୍ଶ ଓ ସାଂଗଠନିକ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ସଂଗଠନକୁ ଆଗକୁ ନେବା ପାଇଁ ଶ୍ରୀ ପଣ୍ଡା ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଳ୍ପଲତା ଦାଶ, ନନ୍ଦରାଣୀ କର, ହିମାଂଶୁ ବେରା, ତିଳୋତ୍ତମା ବେହେରା, ଜିତେନ୍ଦ୍ର ସାମନ୍ତ, ମାନସ ପାତ୍ର ପ୍ରମୁଖ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ବିଏମଏସର ଦିବଂଗତ ଉପ-ସଭାପତି ଅରୁଣ କୁମାର ସାହୁଙ୍କ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।


