ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯୁଜର୍ସ ଫି, ବର୍ଦ୍ଧିତ ଘର ଟିକସ ଛାଡ଼ ପାଇଁ ଦାବି

ବ୍ରହ୍ମପୁର, (‌ୱାଇଏନ୍‌ଏସ୍‌): ନୂତନଭାବେ ଲାଗୁ କରିଥିବା ୟୁଜର୍ସ ଫି ଓ ବର୍ଦ୍ଧିତ ଘର ଟିକସକୁ ସମ୍ପୂର୍ଣ ଭାବେ ଛାଡ଼ କରିବା ଦାବିନେଇ ବ୍ରହ୍ମପୁରର ବିଭିନ୍ନ ଅନୁଷ୍ଠାନଙ୍କୁ ନେଇ ମିଳିତ ସଂଗ୍ରାମ ସମିତି ଆଜି ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବାସହ ମୁଖ୍ୟମନ୍ତ୍ରୀଙ୍କ ଉଧେଶ୍ୟରେ ମହାନଗର ନିଗମ କମିଶନରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି l ଆବାହକ ଗଗନ ଚନ୍ଦ୍ର ମଲ୍ଲିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ବୁଦ୍ଧିଜୀବୀ ତଥା ବିଭିନ୍ନ ଅନୁଷ୍ଠାନର ନେତୃବୃନ୍ଦ ଯୋଗଦେଇ ବ୍ରହ୍ମପୁରପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଘୋର ନିନ୍ଦା କରିଛନ୍ତି l ଗତ ଦୁଇ ବର୍ଷରୁ ମହାନଗର ନିଗମ ଭାଙ୍ଗି କୌଣସି ଜନପ୍ରତିନିଧି ନଥିବାବେଳେ ଏହାକୁ ଏକ ସୁଯୋଗ ମନେକରି ନବୀନ ସରକାର ଏକ ତରଫାଭାବେ ନୂତନ କରି ୟୁଜର୍ସ ଫି ଲାଗୁ କରି ଘର ଟିକସ ବହୁ ଗୁଣରେ ବୃଦ୍ଧି କରିଛନ୍ତି l ଓଡିଶା ମହାନଗର ସଂଶୋଧନ ଅଧିନିୟମ 2016 ର ଧାରା 60 ଓ 62 ଏବଂ 2003ର ଧାରାକୁ ସମ୍ପୂର୍ଣ ଭାବେ ଉଲ୍ଲଙ୍ଘନ କରି ନବୀନ ସରକାର ଏକ ସ୍ପଷ୍ଟ ଜନବିରୋଧୀ ପଦକ୍ଷେପ ଗ୍ରହଣ କରିଛନ୍ତି l ନିୟମାନୁଯାୟୀ ଘର ଟିକସ ବୃଦ୍ଧି ପୂର୍ବରୁ ଘର ମାଲିକଙ୍କୁ ଅବଗତ କରିବା, ନ୍ୟାୟପୀଠ ବା ଟ୍ରିବୁନାଲ ରେ ବିଚାର କରିବା ଆଦି ପ୍ରକ୍ରିୟାକୁ ପଦାଘାତ କରି ନବୀନ ସରକାର ଲୋକଙ୍କ ଉପରେ ଟିକସ ର ପାହାଡ଼ ଲଦିବା ପାଇଁ ସମସ୍ତ ଜନବିରୋଧୀ ପ୍ରକ୍ରିୟାକୁ ଅବଲମ୍ବନ କରିଛନ୍ତି l କରୋନା ସମୟରେ ଘର ମାଲିକଙ୍କୁ ଘର ଭଡା ଛାଡ଼ କରିବା ର ଆହ୍ୱାନ ଦେଇ ନିଜେ କିପରି ଘର ଟିକସକୁ ବହୁ ଗୁଣରେ ବୃଦ୍ଧି କରିଛନ୍ତି ଏବଂ ଜନ ଆନ୍ଦୋଳନ ପରେ ଭୁବନେଶ୍ୱରରେ ଘର ଟିକସ ଛାଡ଼ କରି ବ୍ରହ୍ମପୁରବାସୀଙ୍କୁ କାହିଁକି ବାଦ ଦିଆଯାଉଛି ବୋଲି ଆଜି ଉପସ୍ଥିତ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି l ଲୋକଙ୍କୁ ଭୟଭୀତ କରି ସଂଗ୍ରହ କରାଯାଇଥିବା ବର୍ଦ୍ଧିତ ଘର ଟିକସ ପୁନଃ ଘର ମାଲିକଙ୍କୁ ଫେରସ୍ତ ଦେବାପାଇଁ କମିଶନରଙ୍କ ଠାରେ ଦାବି କରାଯାଇଛି l ଏହା ନବୀନ ସରକାରଙ୍କ ଦୁଇ ମୁହାଁ ଓ ବୈମାତୃକ ମନୋଭାବର ନିଚ୍ଛକ ପ୍ରମାଣ ପ୍ରଦାନ କରୁଛି l ଏହି ଅପ୍ରିତିକର ପରିସ୍ଥିତିରେ “ମୋ ସରକାର ” ଓ 5ଟି ଯୋଜନl ଗୁଡିକ କଣ କରୁଛି ବୋଲି ଆଜି ଆବାହକ ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି l ସହଆବାହକ ବି. ସ୍ୱରାଜ୍ୟ ସୁବୁଦ୍ଧି, ସମାଜସେବୀ ମନୋଜ କୁମାର ତରାଇ,ବଂଶୀଧର ଭୂୟାଁ, ରାଜ କିଶୋର ସ୍ୱାଇଁ, ରଜନୀକାନ୍ତ ମଣ୍ଡଳ,ରାଜେନ୍ଦ୍ର ପଣ୍ଡା,ପ୍ରଶାନ୍ତ କୁମାର ପଣ୍ଡା, ପୁର୍ଣ ଚନ୍ଦ୍ର ମହାରଣା, ଆଦିତ୍ୟ ରଥ, ହରିହର ସାହୁ, ସlଲ୍ଲା କେଶବ ଲିଙ୍ଗମ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ରମେଶ ଚନ୍ଦ୍ର ବେହେରା, ଆର. ସତ୍ୟ ନାରାୟଣ ରାଓ, କବିରାଜ ସେଠୀ, କେ.ଶ୍ରୀନିବାସ ରାଓ, ଏସ. ସlମ୍ବଶିବା ରାଓ, ରବି ନାରାୟଣ ମହାରଣା, ଡ଼ା. ରାମହରି ଖଣ୍ଡୁଆଳ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଅବନୀ ଗୟା ପ୍ରମୁଖବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ l ଦଶ ଦିନ ମଧ୍ୟରେ ବର୍ଦ୍ଧିତ ଘର ଟିକସ ଓ ୟୁଜର୍ସ ଫି ଛାଡ଼ ନହେଲେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସହଆବାହକ ଶ୍ରୀ ସୁବୁଦ୍ଧି ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ