ବିଏସଏନଏଲ କାର୍ଯ୍ୟାଳୟରେ ପଦବୀ ପୂରଣ ସହ ସଠିକ ନେଟୱର୍କ ଓ ମରାମତି ଦାବୀ

 

ଚୌଦ୍ୱାର:(ଦୀପକ୍ କୁମାର ବେଉରା) : ଉଦ୍ଧାର ଫାଉଣ୍ଡେସନ ସଂଗଠନ ସଦସ୍ୟ ଓ ସଦସ୍ୟା ଙ୍କ ତରଫରୁ ଚୌଦ୍ୱାର ଗାନ୍ଧୀଛକ ନିକଟ ରେ ଥିବା ବିଏସଏନଏଲ କାର୍ଯ୍ୟାଳୟ ରେ ଦାଇତ୍ୱ ରେ ଥିବା ଇଞ୍ଜିନିଅର ଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଗଲା l ଆଗାମୀ ଏକ ମାସ ମଧ୍ୟ ରେ ଯଦି ଦାବୀ ପୂରଣ ନହେଲା ସଂଗଠନ ର କର୍ମକର୍ତା ଜିଲ୍ଲାପାଳ ଙ୍କୁ ଅବଗତ ସହ ବିଏସଏନଏଲ  କାର୍ଯ୍ୟାଳୟ ସମ୍ମୁଖ ରେ ଚୌଦ୍ୱାରବାସୀ ଙ୍କ ବୃହତ୍ତର ସ୍ୱାର୍ଥ ଲାଗି ଧାରଣା ଦେବେ ବୋଲି ସଂଗଠନ ର କର୍ମକର୍ତା ମତ ରଖିଛନ୍ତି । ଚୌଦ୍ୱାର ଗାନ୍ଧୀ ଛକ ରେ ଥିବା ବହୁ ପୁରାତନ ବିଏସଏନଏଲ କାର୍ଯ୍ୟାଳୟ ବର୍ତମାନ ଜରାଜିନ୍ନ ଅବସ୍ଥାରେ ପଡିଛି, ଆଜକୁ ଦୁଇ ବର୍ଷ ହେବ ସ୍ଥାଇ ଇଞ୍ଜିନିଅର ପଦବୀ ଖାଲି ପଡିଛି l ଆଗରୁ ୩00 ଲ୍ୟାଣ୍ଡ ଲାଇନ କାର୍ଯ୍ୟକ୍ଷମ ଥିଲା ବେଳେ ବର୍ତମାନ ଚୌଦ୍ୱାର ଅଞ୍ଚଳ ରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ୫0 ଲାଣ୍ଡଲାଇନ ଚାଲୁଅଛି ସେ ବି ଅସୁବିଧା ହେଲେ ମରାମତି ସଠିକ ସମୟ ରେ ହୋଇପାପାରୁ ନାହିଁl  ବିଏସଏନଏଲ ସେବା ଠିକ ସେ ଚୌଦ୍ୱାର ଅଞ୍ଚଳ ରେ ଅଧିକାରୀ ମନେ ଯୋଗାଇ ଦେଇ ପାରୁନାହାନ୍ତି ତା ସହ  ବିଏସଏନଏଲ ସିମ ମୋବଇଲ ଧାରକ ମନେ ର ଚୌଦ୍ୱାର ରେ ସଠିକ ନେଟୱର୍କ ପାଇପାରୁ ନାହାନ୍ତି l ବିପଦ ଆପଦ ସମୟ ରେ ମଧ୍ୟ ଫୋନ ଲାଗିବ ନାହିଁ l ବର୍ତମାନ ବେସରକାରୀ ସଂସ୍ଥା ର ଦୁଇ ଜଣ ଅସ୍ଥାୟୀ କର୍ମଚାରୀ କୁ ନେଇ ଚୌଦ୍ୱାର ଗାନ୍ଧୀଛକ  ବିଏସଏନଏଲକାର୍ଯ୍ୟାଳୟ ଚାଲୁଅଛି l ଏହି ପରିସ୍ଥିତି କୁ ଦେଖି ଚୌଦ୍ୱାରବାସୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ଏହି ଦାବୀ ପତ୍ର କୁ ଆଗାମୀ ଏକ ମାସ ମଧ୍ୟ ରେ ପୂରଣ ନ କଲେ ଚୌଦ୍ୱାର ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ, ସମସ୍ତ ରାଜନୈତିକ କର୍ମକର୍ତା, ସମାଜସେବୀ ଓ ସମସ୍ତ ସାମାଜିକ ସଂଗଠନ ଓ ସମସ୍ତ ସାମ୍ବାଦିକ ସଙ୍ଘ ଦୃଢ ବିରୋଧ କରିବ l ସେଥିପାଇଁ  ବିଏସଏନଏଲ ବିଭାଗ ର ଉଚ୍ଚ କତୃପକ୍ଷ ଦାଈ ରହିବେ l ଏହି ଦାବୀପତ୍ର ପ୍ରଦାନ ସମୟ ରେ ସଂଗଠନ ର ସଭାପତି ଶ୍ରୀଯୁକ୍ତ ନରୋତ୍ତମ ଦାସ, ବରିଷ୍ଠ ଉପଦେଷ୍ଟା କିରଣବଳା ନାୟକ, ସରୋଜ ସାହୁ, ସାଇକ୍ଲୋନି ସାହୁ, ବନିତା ବେହେରା, ଦିବ୍ୟାନଶୁ ସାହୁ, ବିକ୍ରମ ଜେନା ଓ ଅଜିତ କୁମାର ସାହୁ ପ୍ରମୁଖ ଯୋଗଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ