ବିଏସଏନଏଲ ଠିକା କର୍ମଚାରୀଙ୍କ କଳାବ୍ୟାଜ ପରିଧାନ ଅବ୍ୟାହତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ବିଏସଏନଏଲରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ୩ଦଫା ଦାବିକୁ ନେଇ କଳାବ୍ୟାଜ ପରିଧାନ କରିବା ୮ମ ଦିନରେ ପହଞ୍ଚିଲା । ସେମାନଙ୍କର ଦାବି ହେଲା ବକେୟା ୧୧ମାସର ଦରମା ତୁରନ୍ତ ପ୍ରଦାନ,୧୭ମାସର ଇପିଏଫ୍ ପ୍ରଦାନ ଏବଂ ଏହି ଡିଭିଜନରେ କାର୍ଯ୍ୟରତ ଠିକା କର୍ମଚାରୀ ବନମାଳୀ ବେଣିଆଙ୍କ ୨୦୧୯ ମେ ମାସରେ ମୃତ୍ୟୁ ଘଟିଥିଲା କିନ୍ତୁ ତାଙ୍କ ପରିବାରକୁ ବର୍ତ୍ତମାନ ସୁଦ୍ଧା ସହାୟତା ରାଶି ଦିଆଯାଇ ନାହିଁ । ତୁରନ୍ତ ସହାୟତା ରାଶି ପ୍ରଦାନ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଏହାର କୌଣସି ସମାଧାନ ହେଉନାହିଁ । ତେଣୁ ଏହାର ପ୍ରତିବାଦ ଜଣାଇ ୩ଦଫା ଦାବି ହାସଲ ପାଇଁ କର୍ମଚାରୀମାନେ କଳାବ୍ୟାଜ ପିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି ।


