ବିଏସକେଓ୍ବାଇରେ ହୋଇଛି ଦୁର୍ନୀତି, ଖୁବଶୀଘ୍ର ତଦନ୍ତ ହେବ :ହେବଆଇନ ମନ୍ତ୍ରୀ

ଭୁବନେଶ୍ବର, (ସମୀର ରଞ୍ଜନ ନାୟକ):ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବା ଲାଗି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ପୂର୍ବ ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।ମନ୍ତ୍ରୀଙ୍କ କହିବାନୁଯାୟୀ, ଆୟୁଷ୍ମାନ ପୂର୍ବରୁ ବିଭିନ୍ନ ସ୍ଥାନରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଥାଇ କି ବି ଲୋକେ ପ୍ରତ୍ୟାଖ୍ୟାତ ହେଉଥିଲେ । ଅନେକ ସ୍ଥାନରେ ଲୋକେ ଶୋଷିତ ହେଉଥିଲେ । ମନ ଇଚ୍ଛା ହସ୍ପିଟାଲମାନେ ବିଲ କରୁଥିଲେ । ପୂର୍ବ ସରକାରର ଅନେକ ଲୋକ ଦୁର୍ନୀତିରେ ସମ୍ପୃକ୍ତ ଥିଲେ । ସେ ବାବଦରେ ଖୁବଶୀଘ୍ର ତଦନ୍ତର ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।ତେବେ ଓଡିଶାରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା । ଏଥିପାଇଁ ସୋମବାର ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ହେଲଥ ଅଥରିଟି ସହିତ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଏକ ଚୁକ୍ତିନାମା (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଏହା ଦ୍ୱାରା ବର୍ତ୍ତମାନ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଯୋଡିହୋଇଛି । ଯାହା ଦେଶର ୨୯ ହଜାରରୁ ଅଧିକ ଚିକିତ୍ସାଳୟରେ ଚିକିତ୍ସା ସୁବିଧା ଯୋଗାଇଦେବ । ରାଜ୍ୟର ୧.୦୩ କୋଟି ପରିବାର ଏଥିରେ ଉପକୃତ ହେବେ । ଏହା ଦ୍ୱାରା ରାଜ୍ୟର ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ମାନେ ମଧ୍ୟ ଚିକିତ୍ସା ସୁବିଧା ପାଇପାରିବେ । ବର୍ତ୍ତମାନ ରାଜ୍ୟରେ ୨୩, ୧୨, ୯୭୯ ଜଣ ୭୦ ବର୍ଷରୁ ଅଧିକ ବରିଷ୍ଠ ନାଗରିକ ଥିବା ବେଳେ ୨୩ ଲକ୍ଷରୁ ଅଧିକ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏହାଦ୍ବାରା ଚିକିତ୍ସା ସୁବିଧା ପାଇବେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ