ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ଅସ୍ତ୍ରୋପଚାର କାର୍ଯ୍ୟକ୍ରମ ସଫଳତା ର ସହ ସମ୍ପନ୍ନ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲରେ ସଫଳତାର ସହ ଚାରି ଜଣ ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ଅସ୍ତ୍ରୋପଚାର ହୋଇଥିବା ଜଣାପଡ଼ିଛି। ରାଜ୍ୟ ତରଫରୁ ଶଲ୍ୟ ବିଶେଷଜ୍ଞ ଡାକ୍ତର ଲକ୍ଷ୍ମୀକାନ୍ତ କର୍ମୀ ଏବଂ ଫିଜିଓଥେରାପିଷ୍ଟ କେ. ଈଶ୍ବର ରାଓ ଆସି ଅସ୍ତ୍ରୋପଚାର କରିଥିଲେ।କୋରାପୁଟ ଲେପ୍ରା ସୋସାଇଟି ପ୍ରୋଜେକ୍ଟ ଅଫିସର ନେତ୍ରାନନ୍ଦ ସାହୁ ସହଯୋଗ କରିଥିଲେ। ଗତବର୍ଷ ୫ ଜଣଙ୍କ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୪ ଜଣ ବିକଳାଙ୍ଗ କୁଷ୍ଠ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିବା ଜିଲ୍ଲାର କୁଷ୍ଠ ରୋଗ ପରାମର୍ଶଦାତା ଡ. ରାକେଶ ଚନ୍ଦ୍ର କଲେତ କହିଛନ୍ତି।କୋରାପୁଟ ଜିଲ୍ଲା କୁଷ୍ଠ ମୁକ୍ତ ହେବା ଲକ୍ଷ୍ୟ ନେଇ ଜିଲ୍ଲାର ମୁଖ୍ୟ ଚିକିତ୍ସା ଏବଂ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବରୋଦା କାନ୍ତ ମିଶ୍ର ,ଅତିରିକ୍ତ ମୁଖ୍ୟ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ମୁକ୍ତିକାନ୍ତ ଖଟୁଆ ଏବଂ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶୁଭକାନ୍ତ ଗନ୍ତାୟତଙ୍କ ତତ୍ତ୍ଵାବଧାନରେ ଏକ ଜିଲ୍ଲାସ୍ତରୀୟ ଟିମ ଗଠନ କରାଯାଇଛି।ଯେଉଁଥିରେ ଜିଲ୍ଲାର କୁଷ୍ଠ ରୋଗ ପରାମର୍ଶଦାତା ଡ. ରାକେଶ ଚନ୍ଦ୍ର କଲେତ ,ବି ଭାସ୍କର ରାଓ (ଜିଲ୍ଲା ଏନଏମଏସ) ଏବଂ ସହଯୋଗୀ ଷ୍ଟାଫ ସମସ୍ତେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ,ଗ୍ରାମ ପରିଦର୍ଶନ କରି କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଉଚିତ ସେବା ଯୋଗାଇ ଦେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ