ବିକଶିତ ଗ୍ରାମ ବିକଶିତ ଓଡ଼ିଶା ନା ପଞ୍ଚାୟତ ସମିତି ଚତୁର୍ଥ ସାଧାରଣ ବୈଠକ ଦନ୍ଦ୍ୱରେ ପଞ୍ଚାୟତ ସମିତିର ସ୍ଵତନ୍ତ୍ର ବୈଠକ
ବଡ଼ସାହି, (ନିରଞ୍ଜନ ମହାନ୍ତ): ବଡ଼ସାହି ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହେବା ନେଇ ବିଧିବଦ୍ଧ ଭାବେ ଚିଠି ମାଧ୍ୟମରେ ସମସ୍ତ ପିଆରଆଇ ସଦସ୍ୟଙ୍କୁ ଅବଗତ କରାଯାଇଥିଲା।ଏଥିରେ ମୁଖ୍ୟତଃ ବିକଶିତ ଗ୍ରାମ ବିକଶିତ ଓଡ଼ିଶା ସମ୍ପର୍କରେ ଆଲୋଚନା ହେବା ନିମନ୍ତେ କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଥିଲା ।କିନ୍ତୁ ଯେଉଁ ବ୍ୟାନର ମରା ଯାଇ ଥିଲା ସେଥିରେ ବଡ଼ସାହି ପଞ୍ଚାୟତ ସମିତି ଚତୁର୍ଥ ସାଧାରଣ ବୈଠକ ଲେଖା ଯାଇ ଥିଲା।ପଞ୍ଚାୟତ ସମିତିର ଅଧ୍ୟକ୍ଷା ମିନତୀ ସିଂଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାଧାରଣ ବୈଠକରେ କାର୍ଯ୍ୟସୂଚୀ ଅନୁସାରେ ବିକଶିତ ଗ୍ରାମ ବିକଶିତ ଓଡ଼ିଶା ସମ୍ପର୍କରେ ଆଲୋଚନା ଆରମ୍ଭ ହେବା କ୍ଷଣି ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ଗଣ ଏହାର ତୀବ୍ର ବିରୋଧ ଓ ହୋ ହାଲ୍ଲା କରିଥିଲେ।ସାଧାରଣ ବୈଠକରେ ନିୟମ ଅନୁଯାୟୀ ବିଗତ ବୈଠକର ବିବରଣୀ ପାଠ,ଅନ୍ୟ ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋଚନା କରା ନ ଯିବାକୁ ନିନ୍ଦା କରିଥିଲେ । ବ୍ୟାନରରେ ଲେଖା ଥିବା ପଞ୍ଚାୟତ ସମିତି ଚତୁର୍ଥ ସାଧାରଣ ବୈଠକ ହଟା ଯାଇ ତୁରନ୍ତ ବିକଶିତ ଗାଁ ବିକଶିତ ଓଡ଼ିଶା ଲେଖିବାକୁ ଜିଦ ଧରିଥି ଥିଲେ।ବିକଶିତ ଗ୍ରାମ ବିକଶିତ ଓଡ଼ିଶା ରେ ଗ୍ରାମ ସଭା ମାଧ୍ୟମରେ ଦିଆଯାଇଥିବା ପ୍ରୋପୋଜାଲ ମଧ୍ୟରୁ ଶତକଡା ୫୦ ଭାଗ ପଞ୍ଚାୟତକୁ ଦିଆଯିବାକୁ ସରପଞ୍ଚ ମାନେ ଦାବି କରିବା ସହ ବୈଠକକୁ ବର୍ଜ୍ଜନ କରିବେ ବୋଲି ଚେତାବନୀ ଦେଇ ସମିତି ସଭ୍ୟଙ୍କ ସହିତ ମିଶି ହୋହାଲ୍ଲା କରିଥିଲେ।ବୈଠକରେ ଅତିଥି ଭାବେ ଯୋଗ ଦେଇଥିବା ବିଧାୟକ ସନାତନ ବିଜୁଳି ଏଥିରେ ହସ୍ତକ୍ଷେପ କରି ସମସ୍ତଙ୍କୁ ବୁଝାଇଥିଲେ ଏବଂ ସରକାରଙ୍କ ଗାଇଡ ଲାଇନ ଅନୁସାରେ ଦିଆଯାଇଥିବା ଯୋଜନା ସୁପାରିଶ ହେବ ବୋଲି କହିଥିଲେ।ଏଥିସହିତ ସରପଞ୍ଚ ମାନଙ୍କ ଦାବିକୁ ନିଶ୍ଚିତ ଭାବେ ବିଧାନ ସଭାରେ ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେବାପରେ ଏବଂ ସାଧାରଣ ବୈଠକ କୁ ପରିବର୍ତ୍ତନ କରି ସ୍ଵତନ୍ତ୍ର ବୈଠକ ଲେଖାଯିବା ପରେ ବୈଠକ ଚାଲିଥିଲା।ପଞ୍ଚାୟତ ସମିତିର ସାଧାରଣ ବୈଠକ ପ୍ରତ୍ୟେକ ୪ ମାସରେ ଥରେ ନିଶ୍ଚିତ କରିବାକୁ ଦାବି ହେବା ପରେ ଏହାକୁ ପ୍ରସିଡିଂ କରିବାକୁ ବିଧାୟକ ମହୋଦୟ କହିଥିଲେ। ଏଥିରେ ବିଧାୟକଙ୍କ ସମେତ ବ୍ଲକ୍ ଉପାଧ୍ୟକ୍ଷ କାଞ୍ଚନ କୁମାର ପ୍ରଧାନ,ବାଲେଶ୍ଵର ସାଂସଦଙ୍କ ପ୍ରତିନିଧି ଶଶି ଶେଖର ପଣ୍ଡା,ମୟୂରଭଞ୍ଜ ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ,ବାରିପଦା ବିଧାୟକଙ୍କ ପ୍ରତିନିଧି,ଜିଲ୍ଲା ପରିଷଦ ସଦସ୍ୟ ଦଶରଥ ସିଂ,ସୁବାସିନୀ ନାଏକ, ଜଗନ୍ନାଥ ମଲ୍ଲିକଙ୍କ ସହିତ ବିଡ଼ିଓ ବନଜା ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।ବିଡ଼ିଓ ଏବଂ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପୁଥାଳ ବିକଶିତ ଗ୍ରାମ ବିକଶିତ ଓଡ଼ିଶା ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ।ଜିପିଓ ଓ ଅନ୍ୟ ଅଧିକାରୀ ସମେତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


