ବିକଶିତ ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀ ମାନେ ଭାଗିଦାରୀ ହୁଅ ଅଭିଭାବକ ଆମ ଅଂଶିଦାର କାର୍ଯ୍ୟକ୍ରମ
କୁଚିଣ୍ଡା,(ରିଙ୍କୁ କୁସୁମ):ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାର ଆନୁକୂଲ୍ୟରେ ରବିବାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଠାରେ ଅଭିଭାବକ ଆମ ଅଂଶିଦାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ ଜ୍ୟୋସ୍ନା ପ୍ରିୟା ବେହେରା ସଭାପତିତ୍ବ କରିଥିଲେ। କାର୍ଯ୍ୟକ୍ରମରେ କୁଚିଣ୍ଡା ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡଃ ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି, ପୁର୍ବତନ ପ୍ରଧାନ ଶିକ୍ଷକ ମହୁଲ ପାଲି ବିଦ୍ୟାଳୟ ପ୍ରଫୁଲ୍ଲ ସାହୁ ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରେନ୍ଦ୍ର ବାଘ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ପୁର୍ବତନ ଅଧ୍ୟକ୍ଷ ଚକ୍ରଧର ମାଝି ପ୍ରମୁଖ ଉପସ୍ଥିତ ରହିଥିଲେ। ଅତିଥି ମାନେ ଛାତ୍ରଛାତ୍ରୀ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ସମନ୍ୱୟ ରହିଲେ ଶିକ୍ଷାର ବିକାଶ ହେବା ସହ ପିଲାଙ୍କ ଭବିଷ୍ୟତ ଗଠନରେ ସହାୟକ ହେବ ବୋଲି କହିଥିଲେ। ଏହାଛଡା ଅଧ୍ୟୟନ ବ୍ୟତୀତ କୃଷି, ଉଦ୍ୟାନ କୃଷି, ମତ୍ସ୍ୟଚାଷ,ମିଶନ ଶକ୍ତି, ସମାଜ ସେବା ସାଙ୍ଗକୁ ବୈଷୟିକ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ସୁନାମ ଅର୍ଜନ କରି ଏକ ବିକଶିତ ରାଷ୍ଟ୍ର ଗଠନରେ ଭାଗିଦାରୀ ହେବାକୁ ପରାମର୍ଶ ଦେଇଥିଲେ।ପରେ ହୋଇଥିବା ବିଭିନ୍ନ ପ୍ରକାର ପ୍ରତିଯୋଗିତା ତଥା ଶିକ୍ଷା କ୍ଷେତ୍ରରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ଉଜ୍ଜ୍ୱଳ ମିଶ୍ର,ରବିନ୍ଦ କୁମାର ଦାସ,ସୁବାସ ସାମନ୍ତ,ଦିପକ ବଢେଇ,ରାଧା ପାଣ୍ଡେ,ସୋମ୍ୟାଲିନା ସାହୁ,ସୂରଜିତ ଜାନା,ଶ୍ରାବଣି ଭଣ୍ଡାରି,ଶ୍ରାବଣି ଗୋସ୍ବାମୀ,କାନ୍ତା ରାଣୀ,ଦେବି ପ୍ରସାଦ ସାହୁ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।