ବିକାଶର ସ୍ୱପ୍ନ ଏଠି ସାତ ସପନ
ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍): ସୋରଡା ବ୍ଲକ ଗାଜଲବାଡି ପଂଚାୟତର ମିନାଯୋଡି ଗ୍ରାମକୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ସାତ ସପନ ପାଲଟିଛି । ଗ୍ରାମରେ ୩୦ ପରିବାର ବସବାସ କରୁଥିବା ବେଳେ ଗ୍ରାମରେ ମାତ୍ର ୨ ଟି ନଳକୁପ ରହିଥିଲା । ହେଲେ ତାହା ମଧ୍ୟ ଦୀର୍ଘ ବର୍ଷ ଧରି ଅଚଳ ହୋଇପଡିରହିଛି । ରାସ୍ତା ଘାଟ ମଧ୍ୟ ନଥିବା ବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ରୋଗୀ ମାନଙ୍କୁ ଖଟିଆରେ ବୋହି ନେବାକୁ ପଡିଥାଏ । ଗ୍ରାମରେ ଥିବା ଏକ ମାତ୍ର ପ୍ରାଥମିକ ସ୍କୁଲକୁ ଗ୍ରାମଠାରୁ ୫ କିଲୋମିଟର ଦୁରତାରେ ରହିଥିବାରୁ ଶିଶୁ ମାନେ ପାଠପଢିବାରୁ ବଂଚିତ ହୋଇରହିଛନ୍ତି । ଗ୍ରାମ୍ୟ ସମସ୍ୟା କୁ ନେଇ ଅଂଚଳ ବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କଲା ପରେ ମଧ୍ୟ କୈାଣସି ପ୍ରଶାସନିକ ଅଧିକାରୀ ଗୁହାରୀ ଶୁଣିନାହାନ୍ତି ।