ବିକାଶଶୀଳ, ଉତମ କାର୍ଯ୍ୟ, ସ୍ୱଚ୍ଛ ଏବଂ ଦାୟିତ୍ୱବୋଧ ରାଜନୀତି ଯୁବକମାନେ ଆପଣାଇବା ଦରକାର

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ଚାରିଦିନିଆ ଉତରପ୍ରଦେଶ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ରାଜ୍ୟର ରାଜଧାନୀ ଲକ୍ଷ୍ନୌରେ ଦଳ ପକ୍ଷରୁ ଆୟୋଜିତ ବିଭିନ୍ନ ରାଜନୈତିକ ଓ ସାମାଜିକ ସଭାର ଉ୍‌ଦଘାଟନ କରିବା ସହ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଦୀପ ଜାଳି ଲକ୍ଷ୍ନୌ ମହାନଗର ନିଗମ ଦ୍ୱାରା ଅୟୋଜିତ ରାଜ୍ୟସ୍ତରୀୟ ‘ଭବ୍ୟ ଦୀପାବଳି ମେଳା’ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ୟୁପି ବାସିନ୍ଦାଙ୍କ ସମେତ ଦେଶବାସୀଙ୍କୁ ଦୀପବଳିର ଶୁଭକାମନା ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଉତରପ୍ରଦେଶର ଲକ୍ଷ୍ନୌ ଠାରେ ପହଚାିବା ପରେ ପ୍ରଥମେ ଦଳ ପକ୍ଷରୁ ପଛୁଆ ଜାତିଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସାମାଜିକ ପ୍ରତିନିଧି ସମ୍ମିଳନୀକୁ ଉଦଘାଟନ କରି ଅଭିଭାଷଣ ପ୍ରଦାନ କରିଥିଲେ । ଏହା ପରେ ୟୁପିର ୧୪ ସହରରେ ହେବାକୁ ଥିବା ଯୁବ ସମ୍ବାଦ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଦୁଇ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଭାରତବର୍ଷରେ ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଉତମ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ସର୍ବଭାରତୀୟ ସ୍ୱାସ୍ଥ୍ୟ ଭିତିଭୂମି ଯୋଜନା ପିଏମ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତିଭୂମି ମିଶନରେ ୬୪ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯିବ । ଏହା ଦେଶର ସ୍ୱାସ୍ଥ୍ୟସେବା ଢ଼ାଂଚାରେ ଅଭୁତପୂର୍ବ ପରିବର୍ତନ ଆଣିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପଛୁଆ ବର୍ଗଙ୍କ ବିକାଶ ପାଇଁ ଦ୍ରୁତଗତିରେ କାମ ହେଉଛି । ଓବିସି କମିଶନକୁ ସାମ୍ବିଧାନିକ ମାନ୍ୟତା, ଓବିସି ବର୍ଗଙ୍କ ପାଇଁ ପେଟ୍ରୋଲ ପମ୍ପ ପ୍ରଦାନରେ ୨୭ ପ୍ରତିଶତ ସଂରକ୍ଷଣ ଏବଂ ମେଡ଼ିକାଲ କଲେଜରେ ନାମ ଲେଖାଇବାରେ ସଂରକ୍ଷଣର ବ୍ୟବସ୍ଥା ମୋଦି ସରକାରରେ ହିଁ ସମ୍ଭବ ହୋଇଛି । ଜନକଲ୍ୟାଣକାରୀ ଯୋଜନା ସମେତ କରୋନାର କଠିନ ସମୟରେ ଗରିବ ଏବଂ ବଂଚିତଙ୍କ ପାଇଁ ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ସୁବିଧା ପହଁଚାଯାଇଛି । ଅନ୍ତୋଦୟ ମାଧ୍ୟମରେ ସମାଜର ନିମ୍ନ ଶ୍ରେଣୀରେ ଥିବା ବ୍ୟକ୍ତିଙ୍କ ପାଖକୁ ବିଭିନ୍ନ ସୁବିଧା ପହଁଚାଇବାର ପ୍ରୟାସ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଓ ୟୁି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଅଣାଯାଇଥିବା ବିଭିନ୍ନ ଜନକଲ୍ୟାଣକାରୀ ଲାଭାର୍ଥୀର ସବୁଠୁ ବଡ଼ ଲାଭାର୍ଥୀ ଗରିବ, ବଂଚିତ ଏବଂ ପଛୁଆ ଜାତି ପାଇଛନ୍ତି । ଏହି କାରଣରୁ ପାଇଁ ଲମ୍ବା ସମୟ ଧରି ଦେଶର ଶାସନ ଦାୟିତ୍ୱ ସମ୍ଭାଳିଥିବା ସାମନ୍ତବାଦୀ ଏବଂ ବଂଶବାଦ ଲୋକମାନେ ଅସହିଷ୍ଣୁ ହୋଇପଡ଼ିଛନ୍ତି । ସେହି ରି ଦେଶରେ ଗୁଣାତ୍ମକ ଶିକ୍ଷା ସହ ଧନ୍ଦାମୂଳକ ଓ ରୋଜଗାର ଆଧାରିତ ଶିକ୍ଷା ତଥା ଛାତ୍ରଛାତ୍ରୀ ଏବଂ ଯୁବ ବର୍ଗଙ୍କ ବିକାଶ ପାଇଁ ନୂଆ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଏବେ ଆଇଟିଆଇ ପାସ କରୁଥିବା ପିଲା କଲେଜରେ ପୁଣି ଥରେ ପାଠ ପଢ଼ିାରୁଛି । ନୂଆ ଶିକ୍ଷା ନୀତିରେ ଏକାଡ଼େମିକ୍ ବ୍ୟାଙ୍କ୍‌ ଅଫ୍ କ୍ରେଡ଼ିଟ୍‌, ମଲଟିୁଲ ଏଂଟ୍ରି, ମଲଟିୁଲ ଏକଜିଟ୍ ଭଳି ଶିକ୍ଷା ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତକୁ ଗଢ଼ିବାରେ ବାଧା ଦେବ ନାହିଁ । ନୂଆ ଜାତୀୟ ଶିକ୍ଷା ନୀତି ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବ ବୋଲି କହିଛନ୍ତି । ଏହି ଅବସରରେ ଯୁବକଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଢେ ୭ ବର୍ଷ ଶାସନରେ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସାଢେ ୪ ବର୍ଷ ଶାସନରେ ୟୁିରେ ହୋଇଥିବା ବିକାଶମୂଳକ
କାମର ରିପୋର୍ଟ କାର୍ଡକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା । ବିକାଶଶୀଳ, ଉତମ କାର୍ଯ୍ୟ, ସ୍ୱଚ୍ଛ ଏବଂ ଦାୟିତ୍ୱବୋଧ ରାଜନୀତିକୁ ଯୁବକମାନେ ଆପଣାଇବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ