ବିକାଶ ଓ ମୂଲ୍ୟବୋଧର ବାହକ ଭାଗବତ ବାବୁ

୧୯୮୬ ମସିହାରେ ମୋତେ ସ୍ୱର୍ଗତ ବ୍ରଜମୋହନ ମହାନ୍ତି ସଂଘରେ ନେଇ ବସନ୍ତ ବିଶ୍ୱାଳଙ୍କ ତଥାକଥିତ ଝାଉଁ ଜଙ୍ଗଲ କ୍ୱାର୍ଟରକୁ ନେଇଥିଲେ । ମୁଁ ନିମାପଡ଼ା କଲେଜର ଛାତ୍ର ନେତା ହିସାବରେ ବ୍ରଜମୋହନ ମହାନ୍ତିଙ୍କ ସଂସ୍ପର୍ଶରେ ଆସିଥିଲି ଏବଂ ବିଭିନ୍ନ ସମୟରେ ବ୍ରଜବାବୁଙ୍କ ଲୋକସଭା ଓ ବିଧାନସଭା ନିର୍ବାଚନରେ କାର୍ଯ୍ୟ କରୁଥିଲି । ତେଣୁ ଅବିଭକ୍ତ ପୁରୀ ଜିଲ୍ଲାରେ ବ୍ରଜବାବୁଙ୍କ ଶିଷ୍ୟ ହିସାବରେ ପରିଚିତ ଥିଲି । ବ୍ରଜବାବୁ ରାଜସ୍ୱ ମନ୍ତ୍ରୀ ପିସିସି ସିଭାପତି ଏବଂ ବାଚସ୍ପତି ଭାବେ କାର୍ଯ୍ୟ କରି ଓଡ଼ିଶାରେ କେତେଜଣ ସୁନାମଧନ୍ୟ ରାଜନେତାଙ୍କ ମଧ୍ୟରେ ଜଣେ ପରିଚିତ ରାଜନେତା ଥିଲେ । ୧୯୮୬ ମସିହାରେ ସେ ମୋତେ ବସନ୍ତ ବିଶ୍ୱାଳଙ୍କ ବାସଭବନକୁ ନେବା ଅବସରରେ କହିଥିଲେ ମୁଁ ଆଜି ତୁମକୁ କେତେଜଣ ଓଡ଼ିଶାର ଦକ୍ଷ ଏବଂ ସ୍ୱଚ୍ଛ ରାଜନେତାଙ୍କ ସହିତ ପରିଚିତ କରାଇବି । ବସନ୍ତ ବାବୁଙ୍କ ବାସଭବନରେ ଆମ୍ଭେ ପହଞ୍ôଚଲା ବେଳକୁ ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତି, ଶ୍ରୀଯୁକ୍ତ ବିପିନ ଦାସ ଓ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ସଙ୍ଗେ ମୋତେ ପରିିଚିତ କରାଇଥିଲେ ଏବଂ ଭାଗବତ ପ୍ରସାଦ ମହାନ୍ତିଙ୍କୁ ଜଣେ ଆଦର୍ଶ, ସଚ୍ଚୋଟ ଏବଂ ଲୋକପ୍ରିୟ ରାଜନେତା ଭାବେ ବର୍ଣ୍ଣନା କରିଥିଲେ । ସେହିଦିନ ଠାରୁ ମୁଁ ଯେତେବେଳେ ଭାଗବତ ବାବୁଙ୍କ ସଙ୍ଗେ ଅଧିକ ମିଶିଲି ସେତେ ସେତେ ଉପଲବ୍ଧି କଲି ପ୍ରକୃତରେ ସେ ଜଣେ ନିଷ୍ଠାପର, ସଚ୍ଚୋଟ ଏବଂ ସ୍ପଷ୍ଟବାଦୀ ରାଜନେତା । ୧୯୮୦ ମସିହା ବେଳକୁ ରାଜନୈତିକ କ୍ଷେତ୍ରରେ ନିତିବାନ ବ୍ୟକ୍ତିଙ୍କ ସଂଖ୍ୟା ଆସ୍ତେ ଆସ୍ତେ କମିକମି ଯିବାରେ ଲାଗିଥାଏ ଏବଂ ରାଜନୀତିରେ ଅର୍ଥର ପ୍ରଭାବ ବଢି·ଲିଥାଏ । ସେହି ସମୟରେ ବିନା ଅର୍ଥରେ ନୈତିକତାକୁ ପାଥେୟ କରି ଭାଗବତ ବାବୁ ଯେଉଁ ରାଜନୀତି କରୁଥିଲେ ତାହା ନିଶ୍ଚିତଭାବେ ଏକ ଭିନ୍ନ ଆଦର୍ଶ, ଯେଉଁଥି ପାଇଁ ସେ ବିରୋଧୀ ଦଳଙ୍କ ଠାରୁ ଯେତେ ବିରୋଧର ସମ୍ମୁଖୀନ ହେଉନଥିଲେ ସରକାରୀ ଦଳରୁ ବହୁ ଅଧିକ ପରିମାଣରେ ସୃଷ୍ଟି କରାଯାଉଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏପରିକି ସରକାରୀ ଦଳ ତାଙ୍କର ଚରିତ୍ର ସଂହାର କରିବାକୁ ପଛାଉ ନଥିଲେ । ଯେତେବେଳେ ମହାନ୍ ବ୍ୟକ୍ତିତ୍ୱ ନିଜର ପରାକାଷ୍ଠା ଦେଖାନ୍ତି ସେତେବେଳେ ତାଙ୍କ ବିରୁଦ୍ଧରେ ବହୁ ଚକ୍ରାନ୍ତ ହୁଏ ଏବଂ ଶେଷରେ ବଚ୍ଚୋଟ ବ୍ୟକ୍ତିତ୍ୱର ବିଜୟ ହୁଏ । ଶେଷରେ ତାହା ହିଁ ହେଲା ।
ପିଲାଦିନୁ ନିଜ ପରିବାରର ମୁଖ୍ୟ ସହିତ ଅନ୍ୟାନ୍ୟ ଜମିଦାରଙ୍କ ବରୁଦ୍ଧରେ ଲଢେଇ କରି ନିର୍ଯ୍ୟାତିତ ହେବା ପରେ ସେ ଓକିଲାତି ଆରମ୍ଭ କରିବା ପରେ ଛୋଟଛୋଟ ଭାଗ·ଷୀମାନଙ୍କ ନ୍ୟାୟୋଚିତ ଭାବେ ଦାବିକୁ ସମର୍ଥନ କରି ଜମିଦାରମାନଙ୍କ ପକ୍ଷରୁ ନିୟୋଜିତ କରାଯାଇଥିବା ବରିଷ୍ଠ ଓକିଲମାନଙ୍କ ସଙ୍ଗେ ଲଢି ବିଜୟ ହାସଲ କରି ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଗରିବ ·ଷୀମାନଙ୍କ ମନରେ ହସ ଫୁଟାଇଥିଲେ । ସେ ପ୍ରଜା ସୋସାଲିଷ୍ଟ ପାର୍ଟି ସହିତ ରହି ସୁରେନ୍ଦ୍ର ନାଥ ଦ୍ୱିବେଦୀ, ନିଶାମଣୀ ଖୁଣ୍ଟିଆ ପ୍ରଭୃତି ନେତାଙ୍କ ସଙ୍ଗେ କାର୍ଯ୍ୟ କରୁଥିଲେ । ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଶ୍ରୀମତୀ ଗାନ୍ଧୀ ବ୍ୟାଙ୍କ ଜାତୀୟକରଣ ଓ ରାଜା ମହାରାଜାଙ୍କ ହାତପାଣ୍ଠି ଉଚ୍ଛେଦରେ ପ୍ରଭାବିତ ହୋଇ ସୋସାଲିଷ୍ଟ ପାର୍ଟିର କଂଗ୍ରେସ ପାର୍ଟି ସହିତ ମିଶ୍ରଣ ହୋଇଥିଲା । ତେଣୁ ସେ ମଧ୍ୟ କଂଗ୍ରେସରେ ସ୍ୱଭାବିକ ଭାବେ ମିଶିଥିଲେ । କିନ୍ତୁ ସେ ତାଙ୍କ ରାଜନୈତିକ ଜୀବନରେ ଆଦର୍ଶ ଠାରୁ ଦୂରେଇ ନ ଯାଇ କଂଗ୍ରେସ ଦଳ ସହିତ ଶେଷ ପର୍ଯ୍ୟନ୍ତ ରହି ଆସିଥିଲେ । ସେ ଜଣେ ସଫଳ ଓକିଲଭାବେ ଓକିଲମାନଙ୍କ ସମସ୍ୟା ବାବଦରେ ସମ୍ପୂର୍ଣ୍ଣ ଭାବେ ଅନୁଭବି ଥିଲେ । ତେଣୁ ସେ ଓକିଲମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ କରାଇଥିଲେ । ସ୍ୱଳ୍ପ ସମୟ ରାଜସ୍ୱ ମନ୍ତ୍ରୀ ହିସାବରେ ଏକକ ରାଜସ୍ୱ ଆଇନ୍ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରିଥିଲେ ଏବଂ ସରକାରୀ ଜମି ଜବର ଦଖଲ ଉଚ୍ଛେଦ କରବା ପାଇଁ ଚେଷ୍ଟା କରିଥିଲେ । ତେଣୁ କଟକ ଭୁବନେଶ୍ୱର ମଝିରେ ରାସ୍ତା ଅବରୋଧ କରି ରହିଥିବା ସିନେମା ହଲ୍ ଭାଙ୍ଗି ଦେଇଥିଲେ । ତାଙ୍କ ସଙ୍ଗେ ରାଜନୈତିକ ଏବଂ ସାମାଜିକସ୍ତରରେ ଯେଉଁମାନେ ରହୁଥିଲେ ସେମାନେ ବହୁ ପରୀକ୍ଷାର ସମ୍ମୁଖୀନ ହେଉଥିଲେ । ସେ ନିଜେ କୌଣସି ପ୍ରକାରା ନିଶା ସେବନ କରୁନଥିଲେ ଏବଂ ଯେଉଁମାନେ ତାଙ୍କ ସଙ୍ଗେ ଘନିଷ୍ଠ ଭାବେ ରହୁଥିଲେ ସେମାନଙ୍କୁ ନିଶା ଠାରୁ ଦୂରେଇ ରହିବାକୁ ପଡ଼ୁଥିଲା । ସମଗ୍ର ରାଜ୍ୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ସହିତ ବିଶେଷ ଭାବରେ ତାଙ୍କର କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ଜିଲ୍ଲାରେ କରାଯାଇଥିଲା । ଉଦାହରଣସ୍ୱରୂପ କେନ୍ଦ୍ରାପଡ଼ାରେ ଶିକ୍ଷାର ବିକାଶ ପାଇଁ ଆଇନ୍ ମହାବିଦ୍ୟାଳୟ, ବିଇଡ଼ି, ମହାବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ଓ ଆଏବା ବିଜ୍ଞାନ ମହାବିଦ୍ୟାଳୟ ଉଲ୍ଲେଖନୀୟ । ଏତଦ୍ବ୍ୟତୀତ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନର ସେ କର୍ମକର୍ତ୍ତା ଥିଲେ । ସେ ବିଧାୟକ ଏବଂ ମନ୍ତ୍ରୀ ଥିବା ସମୟରେ କେନ୍ଦ୍ରାପଡ଼ାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଖୁବ୍ ଭଲ ଥିଲା । ଜିଲ୍ଲା ପ୍ରଶାସନ ଓ ଅନ୍ୟାନ୍ୟ ସରକାରୀ ଦପ୍ତରରେ ଅଯଥା ହସ୍ତକ୍ଷେପ କରିବାକୁ ·ହୁଁନଥିଲେ । କେନ୍ଦ୍ରାପଡ଼ା ଅଞ୍ଚଳରେ ଅନେକ ସମୟରେ ରାଜନେତାମାନଙ୍କ ଦ୍ୱାରା କ୍ରିମିନାଲଙ୍କ ମଧ୍ୟରେ ଗ୍ୟାଙ୍ଗ ୱାର ହେବାର ନଜିର ଥିଲେ ମଧ୍ୟ ସେ ନିଜେ ତା’ଠାରୁ ବହୁ ଦୂରରେ ରହୁଥିଲେ ଏବଂ ନିଜର ବ୍ୟକ୍ତିତ୍ୱ ବଳରେ କ୍ରିମିନାଲଙ୍କ ମଧ୍ୟରେ ଭୟ ସୃଷ୍ଣି କରିପାରୁଥିଲେ । କ୍ଷମତାରେ ଥିବା ସମୟରେ ଗୋବରୀ ନଈକୂଳରେ ରିଙ୍ଗ ରୋଡ଼ ତିଆରି କରି କେନ୍ଦ୍ରାପଡ଼ା ସହରକୁ ଯୋଗାଯୋଗ କ୍ଷେତ୍ରରେ ଉଲ୍ଲେଖନୀୟ ଦିଗ୍ଦର୍ଶନ ଦେଇଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପାନୁଷ୍ଠାନ ନଥିବାରୁ କେନ୍ଦ୍ରାପଡ଼ା ମଧ୍ୟ ଦେଇ ଏକ ରେଲ୍ ଲାଇନ୍ ହରିଦାସପୁର ଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ମଞ୍ଜୁର କରାଇଥିଲେ । ଅବଶ୍ୟ ସେ ଦେହ ତ୍ୟାଗ କରିବା ପୂର୍ବରୁ ତାହା ଶେଷ ହୋଇପାରି ନାହିଁ । କଟକ ଠାରୁ ·ନ୍ଦବାଲି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଗଲେ ପର୍ଯ୍ୟଟନ ବ୍ୟବସ୍ଥାର ଉନ୍ନତି ହେବା ସଙ୍ଗେ ସଙ୍ଗେ ଜିଲ୍ଲାବାସୀଙ୍କ ଆର୍ଥିକ ଉନ୍ନତି ହେବ ବୋଲି ତାଙ୍କ ଯୁକ୍ତି ଥିଲା । ଶିକ୍ଷାମନ୍ତ୍ରୀ ହିସାବରେ ସେ ବାଲେଶ୍ୱର ଓ ବାରିପଦା ଠାରେ ଦୁଇଟି ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱରରେ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଏବଂ ଶିକ୍ଷା ବିଭାଗରେ ପ୍ରଶାସନିକସ୍ତରରେ ସଂସ୍କାର ପାଇଁ ଭୁବନେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରଠାରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଫିସ୍ ଖୋଲାଇଥିଲେ । ଭାଗବତ ବାବୁଙ୍କ ଜୀବନୀ କେନ୍ଦ୍ରାପଡ଼ା ଅଞ୍ଚଳର ଅର୍ଦ୍ଧ ଶତାବ୍ଦୀର ଇତିହାସ କହିଲେ ଅତ୍ୟୁକ୍ତ ହେବ ନାହିଁ । କେନ୍ଦ୍ରାପଡ଼ା ଅଞ୍ଚଳରେ କୃଷି ଓ କୃଷକର ବିକାଶ ପାଇଁ ସେ କେନ୍ଦ୍ରାପଡ଼ା ଅର୍ବାନ କୋଅପରେଟିଭ ବ୍ୟାଙ୍କ ପ୍ରତିଷ୍ଠା କରି ଜିଲ୍ଲାର କୃଷକମାନଙ୍କୁ ସୁବିଧାରେ ଋଣ ଯୋଗାଇ ଦେଇ ସମଗ୍ର ଓଡ଼ିଶାରେ ୧ ନମ୍ବର ବ୍ୟାଙ୍କ ଭାବେ ପରିଗଣିତ କରାଇଛନ୍ତି । ବ୍ୟାଙ୍କରେ କୌଣସି କାର୍ଯ୍ୟ ଦଳୀୟ ମନୋବୃତ୍ତି ରଖିନଥାନ୍ତି ଯେଉଥିପାଇଁ ବ୍ୟାଙ୍କ ରାଜନୈତିରୁ ଉଦ୍ଧ୍ୱର୍ରେ ରହି ଏକ ଲାଭ କରୁଥିବା ବ୍ୟାଙ୍କରେ ପରିଣତ ହୋଇଛି । ଜିଲ୍ଲାରେ ବିଭିନ୍ନ ବିରୋଧୀ ଦଳ କ୍ଷମତାରେ ଥିଲେ ମଧ୍ୟ କୌଣସି ସମୟରେ କୌଣସି ରାଜନୈତିକ ଦଳ ଭାଗବତ ବାବୁଙ୍କୁ ବ୍ୟାଙ୍କର ଅନ୍ତର କରିବାକୁ ·ହୁଁନାହିଁ । ସେ ଦୁର୍ନୀତି ଠାରୁ ସମ୍ପୂର୍ଣ୍ଣ ଭାବେ ଦୂରରେ ଥିଲେ ଏବଂ ସରକାରୀ କର୍ମ·ରୀମାନଙ୍କୁ ଦୁର୍ନୀତି ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଉଥିଲେ । ଆମେ କେତେ ଜଣ କେନ୍ଦ୍ରାପଡ଼ା ଅଞ୍ଚଳର ବାହାର ବ୍ୟକ୍ତ୍ି ହୋଇଥିଲେ ମଧ୍ୟ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରି ଆସୁଅଛୁ । ଆଗାମୀ ଦିନରେ କେନ୍ଦ୍ରାପଡ଼ା ମାଟି ତଥା ଓଡ଼ିଆ ଜାତିରେ ତାଙ୍କ ପରି ରାଜନେତା ଜନ୍ମ ନେଇ ରାଜନୀତିକୁ ବ୍ୟବସାୟରେ ପରିଣତ ନ କରି ଏହାକୁ ଆଦର୍ଶ ଓ ମୂଲ୍ୟବୋଧ ଭିତ୍ତିକ କରିପାରିଲେ ଗଣତନ୍ତ୍ର ଅଧିକ ସ୍ୱଚ୍ଛ, ନିର୍ମଳ ଏବଂ ସ୍ଥାୟୀ ହୋଇପାରିବ । ତାଙ୍କର ଏକାଦଶାହ ଉପଲକ୍ଷେ ଅମର ଆତ୍ମାର ସଦ୍ଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

ସୁଧୀର ମହାନ୍ତି

ଆଡ଼ଭୋକେଟ

ଉପଦେଷ୍ଟା ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ