ବିକାଶ ଧାରାକୁ ମିଳିପାରେ ନୂଆଁ ରୂପ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୋଲସରା ବ୍ଲକର ବହୁ ପଞ୍ଚାୟତରେ ନୂତନ ଚେହେରା ସହ ଦେଖିବାକୁ ମିଳିଛି ବହୁ ଉଚ୍ଚ ଶିକ୍ଷିତ ଯୁବ ପ୍ରାର୍ଥୀ । ପୋଲସରା ବ୍ଳକ ଅନ୍ତର୍ଗତ ଭାବରଡା ପଞ୍ଚାୟତ ପାଇଁ ନିର୍ବାଚନ ମୈଦାନ କୁ ଓହ୍ଲାଇଛନ୍ତି ଦୁଇ ଉଚ୍ଚ ଶିକ୍ଷିତ ବିଜେଡି ସମର୍ଥିତ ସରପଞ୍ଚପ୍ରାର୍ଥୀ ଓ ସମିତି ସଭ୍ୟା ପ୍ରାର୍ଥୀନୀ। ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଆହ୍ୱାନ କ୍ରମେ ଭାବରଡା ପଞ୍ଚାୟତରେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ଭାବେ ବିଟେକ୍ ସିଭିଲ ଇଂଜିନିୟର ଗୋପବନ୍ଧୁ ବରାଡ ପ୍ରାର୍ଥୀ ହୋଇଥିବା ବେଳେ ଗ୍ରାଜୁଏସନ୍ କରିଥିବା ରୋଶନୀ ସାହୁ ସମିତି ସଭ୍ୟା ପାଇଁ ପ୍ରାର୍ଥୀ ହୋଇଛନ୍ତି । କର୍ମୀ ଓ ଗ୍ରାମବାସୀଙ୍କୁ ସାଥିରେ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହିତ ସରକାରଙ୍କ ବିଭିନ୍ନ ଯୋଜନା ଓ ଜନହିତକର କାର୍ଯ୍ୟ ବିଷୟ ବୁଝାଇବା ସହ ପଞ୍ଚାୟତର ବିକାଶ ପାଇଁ ପ୍ରତିଜ୍ଞା ବଦ୍ଧ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେ ଦୁହିଁଙ୍କୁ ଭୋଟ ଦେବା ସହ ବିଜୁ ଜନତା ଦଳ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଶୋକ କୁମାର ବିଷୋୟୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ମଧ୍ୟ ଅନୁରୋଧ କରିଥିଲେ । ଉଚ୍ଚ ଶିକ୍ଷିତ ପ୍ରାର୍ଥୀମାନେ ନିର୍ବାଚିତ ହେଲେ ଲୋକଙ୍କ ମୌଳିକ ସୁବିଧା ଓ ଗ୍ରାମର ଉନ୍ନତି ହୋଇ ପଞ୍ଚାୟତରେ ବିକାଶ ହୋଇପାରିବ ବୋଲି ଆଶା କରିଛନ୍ତି ପଞ୍ଚାୟତ ଜନସାଧାରଣ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ