ବିକାଶ ପାଇଁ ୫ -ଟି ସଚିବ ଭି.କେ.ପାଣ୍ଡିଆନ୍‌ଙ୍କୁ ପ୍ରାକ୍ତନ କାଉନସିଲରଙ୍କ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ବିକାଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବା ପାଇଁ ପଟ୍ଟାମୁଣ୍ଡାଇ ପୈାର ପରିଷଦର ପ୍ରାକ୍ତନ କାଉନସିଲର ଆଇନଜୀବୀ ଭାରତ ଭୂଷଣ ଦାସ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ନୂତନ ଭାବେ ଗଠିତ ସଂସାରଫଳସ୍ଥିତ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନରେ ଥିବା ନରସିଂହପୁର ଓ ଡିଆପଡା ପଞ୍ଚାୟତକୁ ପୁରାତନ ପଟ୍ଟାମୁଣ୍ଡାଇ ଥାନା ଅଧିନରେ ରଖାଯାଉ । କାରଣ ଏହି ଦୁଇଟି ଗ୍ରାମପଞ୍ଚାୟତର ଦ୍ୱରତା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଠାରୁ ୧୯କିଲୋମିଟର ହୋଇଥିବା ବେଳେ ପଟ୍ଟାମୁଣ୍ଡାଇ ଥାନା ଠାରୁ ଦ୍ୱରତା ମାତ୍ର ୩କିଲୋମିଟର । ତେଣୁ ଲୋକମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହାର ବିଚାର କରାଯାଇ ଏହି ଦୁଇଟି ଗ୍ରାମପଞ୍ଚାୟତକୁ ପଟ୍ଟାମୁଣ୍ଡାଇ ଥାନା ଅଧିନକୁ ଫେରାଇ ଦିଆଯାଉ । ସେହିପରି ୩କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଗୋବରୀ ନଦୀ ଖନନ, ୭କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ଭାଟେଣୀ ଏବଂ ବେଣାକନ୍ଦା ସ୍ଲୁଇସ ଗେଟ ନିର୍ମାଣରେ ଅନିୟମିତତା, ବ୍ରାହ୍ମଣୀ ନଦୀ ସହିତ ଗୋବରୀ ନଦୀର ସଂଯୋଗୀକରଣ, କୁଙ୍କୁଣୀ ସେତୁ ନିର୍ମାଣ, କୃଷ୍ଣଦାସପୁର-ସିଂହଗାଁ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ଗମନାଗମନରେ ବାଧା ସୃଷ୍ଟି ହେଉଥିବା ନେଇ ଆଇନଜୀବୀ ଶ୍ରୀ ଦାସ ତାଙ୍କ ଦାବିପତ୍ରରେ ଦର୍ଶାଇବା ସହିତ ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ୫-ଟି ସଚିବଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ