ବିକାଶ ପୁରୁଷ ବାଜପେୟୀଙ୍କୁ ମନେ ପକାଉଛି ଓଡ଼ିଶା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଉଛି ଓଡ଼ିଶା । ସେ ଏକାଧାରାରେ ଜଣେ ସାହିତ୍ୟିକ, ଗାଳ୍ପିକ, ସାମ୍ବାଦିକ, କବି, ଶିକ୍ଷକ, ସମାଜ ସଂସ୍କାରକ ଓ ରାଜନେତା ଭାବେ ବେଶ୍ ଜଣାଶୁଣା । ୧୯୨୪ ମସିହା ଡିସେମ୍ବର ୨୫ ତାରିଖରେ ଉତ୍ତର ପ୍ରଦେଶର ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିବା ବାଜପେୟୀ ନିଜର ପ୍ରଧାନମନ୍ତ୍ରୀଙ୍କ ସମୟରେ ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରେ ବ୍ୟାପକ ଅଭିବୃଦ୍ଧି ହୋଇଥିଲା । ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଡ୍ରପ୍‌ଆଉଟ ହାର କମିଥିଲା । ସ୍କୁଲ୍ ଚଲେ ହମ୍ ନାରା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ବେଶ୍ ସହାୟକ ହୋଇଥିଲା । ରାଜୀତିରୁ ଉର୍ଦ୍ଧ୍ୱରେ ରହି ସେ ସେବା ବଳରେ ଗରିବ ନିଷ୍ପେସିତ, ଦୁସ୍ଥଙ୍କ ସମସ୍ୟାର ସମାଧାନ ସୂତ୍ରରେ ଯୋଡ଼ି ହେଉଥିଲେ । ଓଡ଼ିଶାକୁ ଏ.ଏସ୍‌.ଏସ୍ ମେଡ଼ିକାଲ ତାଙ୍କର ବଡ଼ ଅବଦାନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସକାଳ ୮ ଘଟିକା ସମୟରେ ଏମ୍ସ ପରିସରରେ ଥିବା ବାଜପେୟୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।‘ସେବା, ସହଯୋଗ ଓ ସଚେତନ ଟ୍ରଷ୍ଟ’ ପକ୍ଷରୁ ବୁଧବାର ଭୁବନେଶ୍ୱରସ୍ଥିତ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିିସ୍ ଆସୋସିଏସନ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ଦିବସ ଓ ସୁଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଉଦ୍‌ଘାଟନ କରିଥିଲେ । ସେବା, ସହଯୋଗ ଓ ସଚେତନ ଟ୍ରଷ୍ଟର ସଭାପତି ସଞ୍ଜୟ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟପାଳ ତଥା ନରେନ୍ଦ୍ର ମୋଦି ଷ୍ଟଡ଼ି ସେଣ୍ଟର ପରିଷଦର ଉପଦେଷ୍ଟା ବିଶ୍ୱଭୂଷଣ ହରିଚନ୍ଦନ, ଓଡ଼ିଶା ଏବଂ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ନ୍ୟାୟଧୀଶ ଏବଂ ଓଡ଼ିଶା ସ୍ଥାବର ସମ୍ପତ୍ତି ପୁନର୍ବିଚାର ନ୍ୟାୟଧିକରଣ ଅଧ୍ୟକ୍ଷ ପ୍ରଥମ ପଟ୍ଟନାୟକ ଏବଂ ବରିଷ୍ଠ ବିଜେପି କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବିଶ୍ୱଭୂଷଣ କହିଥିଲେ ଯେ ଅଟଳ ବିହାରୀ ବାଜପେୟୀ ଜଣେ ବିକାଶ ପୁରୁଷ । ପୋଖରାନରେ ପରମାଣୁ ବିସ୍ଫୋରଣ କରି ଭାରତ ଏକ ପରମାଣିକ ଶକ୍ତି ବୋଲି ପ୍ରତିଷ୍ଠିତ କରିଥିଲେ । ସମଗ୍ର ବିଶ୍ୱକୁ ବନ୍ଧୁତ୍ୱ ରଜ୍ଜୁରେ ବାନ୍ଧି ରଖିଥିଲେ । ଦେଶର ବିକାଶ କ୍ଷେତ୍ରରେ ସ୍ୱର୍ଣ୍ଣ ଚର୍ତୁଭୁଜ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା, ଅନ୍ନପୂର୍ଣ୍ଣ ଯୋଜନା ସହ ଦେଶରେ ବିକାଶର ଧାରା ସୃଷ୍ଟି କରିଥିଲେ । ତାଙ୍କ କଥାରେ ଯାଦୁକାରୀ ସ୍ପର୍ଶ ଥିଲା । ତାଙ୍କର ବିକାଶଧାରାକୁ ପ୍ରଧାନମନ୍ତ୍ରୀ ଅନୁକରଣ କରୁଛନ୍ତି । ସମଗ୍ର ବିଶ୍ୱ ଶାନ୍ତି ଚାହେଁ, ଯୁଦ୍ଧ ନୁହେଁ ବୋଲି ବିଶ୍ୱଭୂଷଣ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ସେହିପରି ବାଜପେୟୀଙ୍କ ମହାନ କାର୍ଯ୍ୟକୁ ପ୍ରଶଂସା କରିଥିଲେ ବିଜେପିର ବରିଷ୍ଠ କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ପ୍ରଧାନ । ନିଜର ୫ବର୍ଷ ପ୍ରଧାନମନ୍ତ୍ରୀତ୍ୱ କାଳରେ ସାରା ବିଶ୍ୱରେ ନିଜର ରାଜନୈତିକ ପାରଦର୍ଶିତା ପରିଦର୍ଶନ କରିଥିଲେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ପ୍ରଥମ ପଟ୍ଟନାୟକ ।ଏହି ଅବସରରେ ସୂଚନା ଟିଭିର ମୁଖ୍ୟ ସମ୍ପାଦକ, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଦାସ, ଅନନ୍ୟା ହସ୍ପିଟାଲ, ଶକ୍ତି ସାମଲ ଓ ଯୁବ ଶିଳ୍ପୀ ଉଦ୍ୟୋଗୀ ଜଗଦୀଶ ସାମଲ, ସାମାଜିକ ସଂଗଠନ ହେଲ୍ପ ଓଡ଼ିଶା, ଜନମଙ୍ଗଳ ପରିଷଦ, ସମାଜସେବୀ ଅଜିତ ପଟ୍ଟନାୟକ, ଶିକ୍ଷାବିତ୍ ଅଶୋକ ଧଳ, ପ୍ରମୋଦ ପରିଡ଼ା, ପଙ୍କଜ ଦ୍ୱିବେଦୀ, ସିଦ୍ଧେଶ୍ୱର ନାୟକ, ଧୀରେନ ରାୟ ପ୍ରମୁଖଙ୍କୁ ସମ୍ମାନିତ କରାଯିବା ସହ ଦରିଦ୍ର ନାରାୟରଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ସୁକାନ୍ତ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ବାଳକୃଷ୍ଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ