ବିକାଶ ମୂଳକ ନିର୍ମାଣ କାର୍ଯ୍ୟରେ ଗୋଟିଏ ଗୋଷ୍ଟି ଦ୍ଵାରା କରାଯାଉଥିବା ନେଇ ବିଡ଼ିଓଙ୍କୁ ସ୍ମାରକପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ବେଳେ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ। ଗୁମ୍ମା ବ୍ଲକ ସଦର ମହକୁମା ଠାରେ ଠିକ ଏହାର ବିପରୀତ ଦୃଶ୍ୟମାନ ହେଉଛି।ଏନେଇ ସାଧାରଣ ଲୋକ ପ୍ରତିନିଧି ମାନେ ନିଜ ନିଜର ୱାର୍ଡର ସମସ୍ୟା ସମ୍ପର୍କରେ ବିଡ଼ିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ ଯେ ଗୁମ୍ମା ଗ୍ରାମପାୟତରେ ଶିବାଳୟ ମିନ୍ଦିର ମରାମତି,ଗୁମ୍ମା ପାଇକ ସାହି ରକ୍ଷଣାବେକ୍ଷଣ ଉନ୍ନତି, ଗୌଉଡ଼ ସାହି ସିସି ରୋଡ ନିର୍ମାଣ,ପମ୍ପ ଘର ଠାରେ ଡ୍ରେନ ନିର୍ମାଣ, କଲ୍ୟାଣ ମଣ୍ଡପ ଉନ୍ନତି,କୁମ୍ଭୀବା ଗ୍ରାମର ସିସି ରୋଡ଼ ଓ ଖ୍ରୀଷ୍ଟିଆନ ସାହି ଅନେକ ସ୍ଥାନର ନିର୍ମାଣ କାର୍ଯ୍ୟକୁ ଗୋଟିଏ ଗୋଷ୍ଟି ଦ୍ଵାରା କାର୍ଯ୍ୟ ଆରମ୍ଭ କରାଯାଉଛି ବୋଲି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।କହିବା ଅନୁଯାୟୀ ଗୋଟିଏ ପ୍ରଭାବ ସାଳି ଗୋଷ୍ଟି ରାଜନୀତି ପ୍ରଭାବ ପକାଇ କିଛି ସରକାରୀ କର୍ମଚାରୀ କନିଷ୍ଠ ଯନ୍ତ୍ରୀ ଏଜି ଅଲିଙ୍କ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କ ଅଜାଣତରେ ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହୋଇଥିଲା ଫଳରେ ଏନେଇ ଆଗରୁ ଏକ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଉକ୍ତ ଲୋକ ପ୍ରତିନିଧି ମାନେ ୧ନଂ ୱାର୍ଡ ମେମ୍ବର କ୍ଷୀରୋଦ କୁମାର ଚୌଧୁରୀ,୨ନଂ ୱାର୍ଡ ମେମ୍ବର ଟୁଟୁ ପାଇକ,୬ନଂ ୱାର୍ଡ ମେମ୍ବର ଗୀତା ପାଣି,ବିଜୟ କୁମାର ଲିମ୍ମା, ଆଦିତ କୁମାର ସିଂ,ସୁକାନ୍ତି ପାଇକ ଅନ୍ୟାନ୍ୟ ସାଧାରଣ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।ସରକାର ନୀୟମ ଅନୁସାରେ ୱାର୍ଡର ସମସ୍ୟା ସମ୍ପର୍କରେ ସମାଧାନ ନିମନ୍ତେ ଯେଉଁ ଆବଶ୍ୟକ ପଦକ୍ଷେପ ନେଇ ୱାର୍ଡ ମେମ୍ବର ପଞ୍ଚାୟତ ଓ ବ୍ଲକ ସ୍ତରରେ କାର୍ଯ୍ୟ ସମ୍ପାଦନ କରିଥାଏ କାର୍ଯ୍ୟ ଆସିବା ପରେ ୱାର୍ଡ ମେମ୍ବର ସେହି କାର୍ଯ୍ୟକୁ ସ୍ଥାନୀୟ ଜନସାଧାରଣଙ୍କ ଦ୍ଵାରା ସମ୍ପାଦନା କରିବ। ସେହିପରି ନିୟମ ଅନୁସାରେ କାର୍ଯ୍ୟକୁ ଅନିୟମିତତା ହେଉଥିବା ବେଳେ ସାଧାରଣ ଲୋକମାନଙ୍କ ଅଭିଯୋଗ ହୋଇଛି। ଏନେଇ ବିଡ଼ିଓ ଅନୁପ ଅଭିଷେଖ ବେହେରା କହିଛନ୍ତି ଯେ ସମସ୍ତ କାର୍ଯ୍ୟ ସ୍ଥାନୀୟ ସରପଞ୍ଚ ୱାର୍ଡ ମେମ୍ବର ମାନଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ