ବିକ୍ରମ ଆରୁଖକୁ ହରାଇଲେ ପ୍ରଦ୍ୟୁମ୍ନ ନାୟକ

ଭଞ୍ଜନଗର,(ସନ୍ତୋଷ ଜେନା):ଭଞ୍ଜନଗରରେ ହାରିଲେ ବିକ୍ରମ ଆରୁଖ |ଇତିହାସର ପୁନରାବୃତି ଯିଏ ଗଞ୍ଜାମ ଜିଲ୍ଲାରୁ ବାଚସ୍ପତି ହେବ ସେହି ନେତାଙ୍କ ରାଜନୀତି ଅନ୍ତ | ବାହୁବଳି ନେତା ବିକ୍ରମ ଆରୁଖଙ୍କୁ ଆଜି ଧୂଳି ଚଟେଇ ବିଜେପି ବିଧାୟକ ପାର୍ଥି ପ୍ରଦ୍ୟୁମ୍ନ କୁମାର ନାୟକ ବିଜୟୀ ହୋଇଛନ୍ତି। ପ୍ରଦ୍ୟୁମ୍ନଙ୍କ ପାଦ ଆଗକୁ ବଢ଼ିବାରେ ଲାଗିଲା ଓ ବିକ୍ରମ ବର୍ବାଦ ହେଲେ । ଛାତ୍ର ରାଜନୀତିରୁ ରାଜ କରିଆସୁଥିବା ବିକ୍ରମ ଦୀର୍ଘ ସମୟ ଧରି ଓଡିଶା ରାଜନୀତି ରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରେ ରହିଆସିଥିଲେ ଜଙ୍ଗଲ ମନ୍ତ୍ରୀ ଥିବା ସମୟରେ ସେ ବିବାଦ ଘେରରେ ପଡ଼ିଥିଲେ ତାପରେ ମନ୍ତ୍ରୀ ପଦ ମିଳିବା ଆସାଆଶଙ୍କା ରେ ଥିଲା କିନ୍ତୁ ସେ ବାଚସ୍ପତି ପଦରେ ଅଳକୃତ ହୋଇଥଲେ ସେ ସମୟରେ ହିଁ ଆଲୋଚନା ହୋଇଥିଲା ଯେ ଏ ଥର ବିକ୍ରମ ଙ୍କ ପତିଆଲା ସରିଲା କିନ୍ତୁ ପୁଣି ଥରେ ସେ ଅର୍ଥ ମନ୍ତ୍ରୀ ପଦରେ ଅବସ୍ଥାପିତ ହେଲେ । ସେ ଜଣେ ଅପ୍ରତି ଦ୍ୱନ୍ଦୀ ନେତା ଓ ନିର୍ବାଚନ କୁ ମୁଁ କେବେ ଭୟ ନାହିଁ ମୁ ଜିତିଛି ଆଉ ଜିତିବି ମତେ ହରାଇବା ସମ୍ଭବ ନୁହଁ ବୋଲି ନିର୍ବାଚନ ପୂର୍ବରୁ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଥିଲେ ତାଙ୍କର ଆତ୍ମ ଗର୍ବ ହି ଆଜି ତାଙ୍କୁ ପରାଜୟ କରିଛି ବୋଲି ଜନସାଧାରଣ ରେ ଚର୍ଚ୍ଚା ଚାଲିଛି ।କିନ୍ତୁ ଜନସାଧାରଣ ଚାହୁଁନଥିବା ବିବାଦୀୟ ନେତା ଙ୍କ ଭାଗ୍ୟକେତେଦିନ ସାଥ ଦେବ ଶେଷରେ ପ୍ରଦ୍ୟୁମ୍ନ ନାୟକ ବିକ୍ରମ ଙ୍କୁ 16324 ଖଣ୍ଡ ଭୋଟ ରେ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରଦ୍ୟୁମ୍ନ ପେସାରେ ଆଇନ ଯିବି ହୋଇଥିବା ସ୍ଥଳେ ସେ ଜଣେ ମେଳାପୀ ,ପରୋପକାରୀ ବ୍ୟକ୍ତି ବୋଲି ଜନସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ