ବିକ୍ରମ ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସ୍ୱଚ୍ଛସାଥୀଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ମହିଳା ଦିବସ ପାଳନ ଅବସରରେ ବିକ୍ରମ ପଣ୍ଡା ଫାଉଣ୍ଡେସନ ପକ୍ଷରୁ ବଲେଶ୍ୱର ପୌରପାଳିକାର ୧୬, ୧୭ ଓ ୨୯ନଂ ୱାର୍ଡ ପ୍ରଭୃତିରେ ସ୍ୱଚ୍ଛତା ଅଭିଯାନରେ କାର୍ଯ୍ୟରତ ସ୍ୱଚ୍ଛସାଥୀ, ସୁପରଭାଇଜର ଓ ବ୍ୟାଟେରୀ ଚାଳିତ ଆବର୍ଜନା ସଂଗ୍ରହ ଗାଡିର ହେଲପର ଓ ଡ୍ରାଇଭରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ଥାନୀୟ ଟାଉନହଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ଯୁବନେତା ବିକ୍ରମ ପଣ୍ଡା ଯୋଗଦେଇ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଆମ ସହରକୁ ସ୍ୱଚ୍ଛ ରଖିବାରେ ଅଗ୍ରଣୀ ଭୂମିକା ତୁଲାଉଥିବା ସ୍ୱଚ୍ଛତା କର୍ମୀମାନଙ୍କୁ ସମ୍ବର୍ଦ୍ଧିତ ସହ ପ୍ରୋତ୍ସାହନ ଦେବା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସେ କହିଥିଲେ । ଏହି ଅବସରରେ ପୌରପାଳିକାର ୩ଟି ୱାର୍ଡରେ କାର୍ଯ୍ୟରତ ପ୍ରତ୍ୟେକ ଗ୍ରୁପର ୧୪ ସଦସ୍ୟାଙ୍କୁ ଫାଉଣ୍ଡେସନ ପକ୍ଷରୁ ଉପଢୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଚତ୍ତରରଞ୍ଜ ନାୟକ, ଜ୍ଞାନରଞ୍ଜନ ମହାନ୍ତି, ସାହେବା ଅଖତର, ଅନୁପ କୁମାର ସ୍ୱାଇଁ, ଲମ୍ବୋଦର ବେହେରା, ସବିତା ପାଣିଗ୍ରାହୀ, ଶେଖ ଅରଫାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୩ଟି ୱାର୍ଡର ସ୍ୱଚ୍ଛତା କର୍ମୀଙ୍କୁ ବିକ୍ରମ ପଣ୍ଡା ଫାଉଣ୍ଡେସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଆଗାମୀ ଦିନରେ ପୌରପାଳିକାର ସମସ୍ତ ଫ୍ୱାର୍ଡରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସଂଗଠନର କର୍ମକର୍ତାମାନେ ପ୍ରକାଶ କରିଥିଲେ । ସହରକୁ ସ୍ୱଚ୍ଛ ରଖିବା ଭଳି କାର୍ଯ୍ୟକୁ ସମ୍ମାନ ଜଣାଇ ସ୍ୱଚ୍ଛତା ଅଭିଯାନରେ ସାମିଲ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରବା ନିଷ୍ପତି ବାସ୍ତବିକ ସସ୍ୱାତଯୋଗ୍ୟ ବୋଲି ସମ୍ବର୍ଦ୍ଧିତ ହୋଇଥିବା ସୁପରଭାଇଜର ସସ୍ମିତା ଶାହା ଓ ଅଶ୍ରୁବିନ୍ଧା ଦାସ କହିଥିଲେ । ଏହଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱଚ୍ଛତା କର୍ମୀମାନେ ଅଧିକ ପ୍ରେରଣା ପାଇବେ ବୋଲି ସେମାନେ ଆଶାପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ