ବିକ୍ରି ହେବ ବିଜୟ ମାଲ୍ୟାଙ୍କ ସମ୍ପତ୍ତି
ନୂଆଦିଲ୍ଲୀ- ଦିଲ୍ଲୀର ସ୍ପେଶାଲ କୋର୍ଟ ବୁଧବାର ନିଜର ରାୟ ପ୍ରକାଶ କରିଛନ୍ତି ଯେ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସହ ଅନ୍ୟ ସବୁ ବ୍ୟାଙ୍କମାନେ ନିଜର ଟଙ୍କା ଫେରିପାଇବା ପାଇଁ ମାଲ୍ୟାଙ୍କ ଜବତ ହୋଇଥିବା ସମ୍ପତ୍ତିକୁ ବିକ୍ରି କରିପାରିବେ । ଏହା ଦ୍ୱାରା ବ୍ୟାଙ୍କମାନେ ନିଜର ଟଙ୍କା ଫେରିପାଇବେ । ଏଥିପାଇଁ ଦିଲ୍ଲୀର ସ୍ପେଶାଲ କୋର୍ଟ ମାଲ୍ୟାଙ୍କୁ ଜାନୁଆରି ୧୮ ପର୍ଯନ୍ତ ସମୟ ଦେଇଛନ୍ତି । ଯଦି ସେ ୧୮ ତାରିଖ ପୂର୍ବରୁ କୋର୍ଟରେ ଅପିଲ୍ ନକରନ୍ତି ତେବେ ବ୍ୟାଙ୍କମାନେ ତାଙ୍କର ସମ୍ପତ୍ତି ନିଲାମ କରିବେ । ସୂଚନାଥାଉକି ବିଜୟ ମାଲ୍ୟା ବିଭିନ୍ନ ବ୍ୟାଙ୍କ୍ ରୁ ୯ ହଜାର କୋଟି ଟଙ୍କା ଯାଲିଆତି କରି ଲଣ୍ଡନ ପଳାଇଛନ୍ତି ।


