ବିକ୍ରି ହେବ ସରକାରୀ କମ୍ପାନୀଗୁଡ଼ିକର ସମ୍ପତ୍ତି

ନୂଆଦିଲ୍ଲୀ, (ଏଜେନ୍ସି): କେନ୍ଦ୍ରସରକାର ସରକାରୀ କମ୍ପାନୀଗୁଡ଼ିକ ସମ୍ପତ୍ତିକୁ ବିକ୍ରି କରିପାରନ୍ତି । ଅର୍ଥମନ୍ତ୍ରଣାଳୟ କେନ୍ଦ୍ରୀୟ ଲୋକ ଉପକ୍ରମ (ସିପିଏସ୍ଇ)ରୁ ଏପରି ସମ୍ପତ୍ତିଗୁଡ଼ିକର ତାଲିକା ଅତିଶୀଘ୍ର ପ୍ରସ୍ତୁତ କରିବାକୁ କହିଛନ୍ତି ଯାହାକୁ କି ବିକ୍ରି କରାଯାଇପାରିବ । ଏଥିସହିତ ସେମାନଙ୍କୁ ଏଥିପାଇଁ ସମ୍ଭାବିତ ନିବେଶକ ତଥା ବୋଲିଦାତାଙ୍କ ସହିତ ଆଲୋଚନା କରିବା ଆରମ୍ଭ କରିବାକୁ କହିଛନ୍ତି । ଏହାର ଲକ୍ଷ୍ୟ ଲୋକଉପକ୍ରମର ଅଣପ୍ରମୁଖ ଆସେଟ୍ସ ଅତିଶୀଘ୍ର ବଜାରରେ ଉପଲବ୍ଧ କରାଇବ । ପ୍ରକାଶ ଯେ, ଏପରି ଭାବେ ସିପିଏସ୍ଇ ନିକଟରେ ବିଶେଷ ଉଦ୍ୟେଶୀୟ କୋଷ (ଏସ୍ପିବି) ପାଇଁ ଅଣପ୍ରମୁଖ ଆସେଟ୍ସର ବିକ୍ରିରୁ ପ୍ରାପ୍ତ ହେବାକୁ ଥିବା ଲାଭକୁ ଏକ ଏସ୍କ୍ରୋ ଆକାଉଣ୍ଟରେ ସ୍ଥାନାନ୍ତରିକ କରିବାର ବିକଳ୍ପ ରହିବ । ଫେବୃଆରୀରେ ମନ୍ତ୍ରୀମଣ୍ଡଳରେ ଏକ ନିଷ୍ପତ୍ତି ପରେ ନିବେଶ ଏବଂ ସାର୍ବଜନୀକ ପରିସମ୍ପତ୍ତି ପ୍ରବନ୍ଧନ ବିଭାଗ (ଡିଆଇପିଏଏମ୍) ଚଳିତ ସପ୍ତାହର ଆରମ୍ଭରେ ସିପିଏସ୍ଇର ଅଣପ୍ରମୁଖ ଆସେଟ୍ସକୁ ମୁଦ୍ରିକରଣ ଓ ଶତ୍ରୁସମ୍ପତିଗୁଡ଼ିକର ମୁଦ୍ରିକରଣ ପାଇଁ ଦିଶା ନିର୍ଦ୍ଦେଶ ଦେଇଥିଲେ । ଏହି ଦିଶା ନିର୍ଦ୍ଦେଶାନୁସାରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଯାତ୍ରୀଙ୍କ ସମିତି ଦ୍ୱାରା ଚୟନ କରାଯାଇଥିବା ଅଣମୁଖ୍ୟ ଆସେଟ୍ର ମୁଦ୍ରିକରଣ କରିବା ପାଇଁ ୧୨ମାସର ସମୟ ରହିବ । ଯେଉଁଥିରେ ବିଫଳ ହୋଇଥିବା ଅର୍ଥମନ୍ତ୍ରଣାଳୟ ସିପିଏସ୍ଇକୁ ବଜେଟୀୟ ଆବଣ୍ଟନ ଅଟକାଇପାରେ । ସିପିଏସ୍ଇର ଅଣପ୍ରମୁଖ ପରିସମ୍ପତ୍ତିର ବିକ୍ରି ମାଧ୍ୟରୁ ପ୍ରାପ୍ତ ରାଶି ବିନିବେଶ ଆୟର ଅଂଶ ହେବ । ସରକାର ପୂର୍ବରୁ ହିଁ ରଣନୀତିକ ବିିକ୍ରି ପାଇଁ ପାଖାପାଖି ୩୫ ସିପିଏସ୍ଇର ଚିହ୍ନଟ କରିଛନ୍ତି । ଏଥିରେ ଏୟାରଇଣ୍ଡିଆ, ପବନହଂସ, ବିଇଏମ୍ଏଲ, ସ୍କୁଟର୍ସ ଇଣ୍ଡିଆ, ଭାରତ ପମ୍ପ କର୍ପୋରେସନ୍ ଓ ପ୍ରମୁଖ ଇସ୍ପାତ କମ୍ପାନୀ ସାମିଲ ରହିଛି । କେନ୍ଦ୍ରୀୟ ସାର୍ବଜନୀକ କ୍ଷେତ୍ରର ଉଦ୍ୟେମ (ସିପିଏସ୍ଇ)କୁ ବିକ୍ରିର ସମୟ ଉନ୍ନତ ପ୍ରାପ୍ତି ସୁନିଶ୍ଚିତ କରିବା ଉଦେଶ୍ୟରୁ ସମସ୍ତ ପରିସମ୍ପତି ଗୁଡ଼ିକୁ ଉଚିତ୍ ଦେଖାରେଖା ସୁନିଶ୍ଚିତ କରିବା ପାଇଁ କୁହାଯାଉଛି । ରଣନୀତିକ ବିନିବେଶ ପ୍ରକ୍ରିୟା ମଧ୍ୟ ଦେଇ ଅତିବାହିତ ହେଉଥିବା ଏୟାରଇଣ୍ଡିଆ ମାମଲାରେ ସରକାର ପୂର୍ବରୁ ଏକ ବିଶେଷ ଉଦେଶ୍ୟ କୋଷ ଏୟାରଇଣ୍ଡିଆ ଆସେଟ୍ସ ହୋଲ୍ଡିଂ ଲିମିଟେଡ୍ (ଏଆଇଏଏଚ୍ଏଲ୍)ଗଠନ କରିଛନ୍ତି । ସରକାର ଏୟାରଇଣ୍ଡିଆର ସମୁଦାୟ ୫୫ହଜାର କୋଟି ଟଙ୍କାରୁ ସମୁଦାୟ ଋଣ ମଧ୍ୟରୁ ୨୯ହଜାର କୋଟି ଟଙ୍କାର ଋଣକୁ ଏଆଇଏଏଚ୍ଏଲ୍କୁ ଅନ୍ତରୀତ କରିଛନ୍ତି । ଏହା ବ୍ୟତିତ ୪ ସହାୟକ କମ୍ପାନୀ ଗୁଡ଼ିକ – ଏୟାରଇଣ୍ଡିଆ ଏୟାରଟ୍ରାନ୍ସପୋର୍ଟ ସର୍ଭିସେସ୍ (ଏଆଇଏଟିଏସ୍ଏଲ୍), ଏୟାରଲାଇନ ଅଲାଇଡ ସର୍ଭିସେସ୍ (ଏଏଏସ୍ଏଲ୍), ଏୟାରଇଣ୍ଡିଆ ଇଞ୍ଜିନିୟରିଂ ସର୍ଭିସେସ୍ ଲିମିଟେଡ୍ (ଏଆଇଇଏସ୍ଏଲ୍) ଓ ହୋଟେଲ କର୍ପୋରେସନ୍ ଇଣ୍ଡିଆର ବିକ୍ରିରୁ ପ୍ରାପ୍ତ ଆୟକୁ ମଧ୍ୟ ଏଆଇଏଏଚ୍ଏଲ୍କୁ ହସ୍ତାନ୍ତରିତ କରାଯିବ । ଏହାବ୍ୟତିତ ସରକାର ଚଳିତ ଆର୍ଥିକ ବର୍ଷରେ ସିପିଏସ୍ଇ ବିନିବେଶ ମାଧ୍ୟମରେ ୯୦ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାକି ଗତ ଆର୍ଥିକ ବର୍ଷରେ ୮୫ହଜାର କୋଟି ଟଙ୍କା ଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ