“ବିଗ୍ବସ୍-୧୩’ରେ ନଜର ଆସିବେ ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ
ମୁମ୍ବାଇ: ଆକ୍ଟିଂ ଅପେକ୍ଷା ନିଜ ବିବାଦୀୟ ବୟାନ ଯାଗୁ ସବୁବେଳେ ଲାଇମ୍ଲାଇଟ୍ରେ ରହିଥାନ୍ତି ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ । କିଛି ଦିନ ପୂର୍ବରୁ ରାକ୍ଷୀ ନିଜର ସିକ୍ରେଟ ୱେଡିଂକୁ ନେଇ ଚର୍ଚ୍ଚାରେ ଥିଲେ । ଏବେ ପୁଣିଥରେ ନିଜ ସୋସିଆଲ ଆକାଉଣ୍ଟରେ ଏକ ପୋଷ୍ଟ କରି ଚର୍ଚ୍ଚାକୁ ଆସିଛନ୍ତି ରାକ୍ଷୀ । ସେ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ “ବିଗ୍ବସ୍-୧୩’ ରେ ନଜର ଆସିବେ ବାଲି କହିଛନ୍ତି ।
ରାକ୍ଷୀ ଏହି ଭିଡିଓ ମାଧ୍ୟମରେ ସଲମାନ୍ ଖାନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି । “ଛପନଛୁରୀ’ ଗୀତରେ ସଲମାନ୍ଙ୍କ ସହ ପର୍ଫମ କରିବାକୁ ସୁଯୋଗ ପାଇଥିବାରୁ ତାଙ୍କ ପାଦ ତଳେ ଲାଗୁ ନାହିଁ । ଏଥିଲାଗି ସେ ବିଗ୍ବସ୍ ଓ କଲର୍ସ ଟିଭି ମ୍ୟାନେଜମେଣ୍ଟକୁ ମଧ୍ୟ ଧନ୍ୟବାଦ୍ ଜଣାଇଛନ୍ତି ।
“ମୁଁ ସ୍ୱପ୍ନରେ ବି ଭାବି ପାରୁନି ଯେ “ବିଗବସ୍’ରେ ସଲମାନଙ୍କ ସହ ପର୍ଫମ କରିବି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏବେ ମୋ ଗୀତକୁ ହିଟ୍ ହେବାରୁ କେହି ବି ଅଟକାଇ ପାରିବେନାହିଁ’ ବୋଲି କହିଛନ୍ତି ଡ୍ରାମା କୁଇନ୍ ରାକ୍ଷୀ ।
ସୂଚନା ଯାଗ୍ୟ, “ବିଗ୍ବସ୍ ୧୩’ର ପ୍ରୋମୋ ଲଞ୍ଚ୍ ହୋଇ ସାରିଛି । ପ୍ରୋମୋରେ ସଲମାନ କହିଛନ୍ତି ଯେ ଏଥର ପ୍ରତିଯୋଗୀମାନଙ୍କୁ ପ୍ରଥମ ଚାରି ସପ୍ତାହ ଭିତରେ ହିଁ ଫାଇନାଲକୁ ଯିବାକୁ ସୁଯୋଗ ମିଳିବ । ତେଣୁ ଏହି ନୂଆ ଟ୍ୱିଷ୍ଟ ବିଷୟରେ ଜାଣିବା ପରେ ଦର୍ଶକଙ୍କ ମଧ୍ୟରେ “ବିଗ୍ବସ୍ ୧୩’କୁ ନେଇ ଉକ୍ରଣ୍ଠା ଅଧିକ ବଢ଼ିବାକୁ ଲାଗିଛି ।