‘ବିଗ୍ ବସ୍‌’ ରୁ ବିଦାୟ ନେଲେ ଅରହାନ୍‌

ଟେଲିଜଗତ ର ଲୋକପ୍ରିୟ ରିଆଲିଟି ସୋ ‘ବିଗ୍ ବସ୍‌’ ୧୩ ରେ ପ୍ରତ୍ୟେକ ୱିକେଣ୍ଡ ରେ ଗୋଟିଏ ପରେ ଗୋଟିଏ ଝଟକା ମିଳିଛି ଦର୍ଶକ ମାନଙ୍କୁ । ଗତ ସପ୍ତାହରେ ମଧ୍ୟ ଆଉ ଏକ ଝଟକା ଦେଇଛି’ବିଗ୍ ବସ୍‌’ ଘରୁ ଅରହାନ୍ ଖାନ୍ ବାହାରି ଯାଇଛନ୍ତି। ଅରହାନ୍ ଶୋ’ରେ କେବଳ ଦୁଇ ସପ୍ତାହ ପାଇଁ ରହିଥିଲେ। ହେଲେ ଏତେ କମ୍ ସମୟରେ ମଧ୍ୟ ସେ ଦର୍ଶକଙ୍କ ମନରେ ଏକ ଖାସ୍ ଜାଗା ବନେଇ ପାରିଥିଲେ। ଶୋ’ରୁ ଅରହାନ୍‌ଙ୍କ ଯିବା ସବୁଠୁ ଅଧିକ ଦୁଃଖୀ ହୋଇଛନ୍ତି ରଶ୍ମି ଦେଶାଇ। ଅରହାନ୍‌ଙ୍କ ଫ୍ୟାନ୍‌ମାନେ ଏ ଖବରରେ ଆଦୌ ଖୁସି ନାହାନ୍ତି। ସେମାନଙ୍କ କହିବା ମୁତାବକ ଶୋ’ରେ ତାଙ୍କଠୁ ଆହୁରି ୱିକ୍ ପ୍ରତିଯୋଗୀ ଅଛନ୍ତି। ତେଣୁ ତାଙ୍କ ବଦଳରେ ସେମାନଙ୍କୁ ଆଗ ଘରୁ ବାହାର କରିବା ଉଚିତ୍‌। ଅରହାନ୍‌ଙ୍କ ସପକ୍ଷରେ ଫ୍ୟାନ୍‌ମାନେ କାଲିଠୁ ସୋଶାଲ୍ ମିଡିଆରେ#WhyArhaanKhan  ଲେଖି ପୋଷ୍ଟ କରୁଛନ୍ତି, ଯାହା ଟ୍ରେଣ୍ଡ କରୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ