ବିଗ୍ ବି‌ଙ୍କୁ ଫିଏଫ୍ ସ‌ମ୍ମାନ

ନୂଆଦିଲ୍ଲୀ, (‌ୱାଇଏନ୍‌ଏସ୍ ): ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ସମ୍ମାନଜନକ ଫିଏଫ୍ (FIAF) ପୁରସ୍କାରରେ ସମ୍ମାନିତ କରାଯାଇଛି। ମାର୍ଚ୍ଚ ୧୯ରେ ଶୁକ୍ରବାର ସନ୍ଧ୍ୟାରେ ଏକ ଭର୍ଚୁଆଲ୍ ଇଭେଣ୍ଟରେ ଅମିତାଭ ବଚ୍ଚନ ହଲିଉଡ ଚଳଚ୍ଚିତ୍ର ନିର୍ମାତା ମାର୍ଟିନ ସ୍କୋରସେ ଏବଂ ଖ୍ରୀଷ୍ଟୋଫର ନୋଲାନଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଏହି ପୁରସ୍କାର ପାଇଥିବା ଅମିତାଭ ବଚ୍ଚନ ହେଉଛନ୍ତି ପ୍ରଥମ ଭାରତୀୟ। କିନ୍ତୁ ତାଙ୍କ ପୁର୍ବରୁ କେହି ଏହି ସମ୍ମାନ ପାଇନାହାଁନ୍ତି। ପ୍ରତିବର୍ଷ ଫିଏଫ୍ କାର୍ଯ୍ୟକ୍ରମରେ, ଚଳଚ୍ଚିତ୍ର ଜଗତ ସହିତ ଜଡିତ ଲୋକଙ୍କୁ ସମ୍ମାନିତ କରାଯାଏ। ଯେଉଁମାନେ ଚଳଚ୍ଚିତ୍ର ସହିତ ଜଡିତ ଐତିହ୍ୟକୁ କୌଣସି ପ୍ରକାରେ ବଞ୍ଚାଇ ରଖିବାରେ ସାହାଯ୍ୟ କରନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ