ବିଘ୍ନ ବିନାଶକ ପୂଜା କମିଟି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଚଳିତ ବର୍ଷ ପବିତ୍ର ଗଣେଶ ପୂଜା ଉପଲକ୍ଷେ ପୋଟଲାମପୁର ରାଧାକୃଷ୍ଣ ସାହିର ବିଘ୍ନ ବିନାଶକ ପୂଜା କମିଟିର ସଦସ୍ୟମାନେ ଏକ ନିଆରା ପ୍ରୟାସ କରିଛନ୍ତି , ପରିବେଶର ସ୍ୱଚ୍ଛ ଓ ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ ଏହି ମନୋଭାବ ନେଇ କମିଟି ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସରପଞ୍ଚ ନିରଞ୍ଜନ ପ୍ରଧାନ ଏବଂ ସମ୍ମାନ୍ନିତ ଅତିଥି ସମିତିସଭ୍ୟ ଶମ୍ଭୁନାଥ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗ୍ରାମର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିଥିଲେ l ଯୁବ ସାମ୍ବାଦିକ ଅମିତ ରାଉଳ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ବୃକ୍ଷରୋପଣର ଉପକାରିତା ବିଷୟରେ ସୂଚନା ଦେଇଥିଲେ ଏବଂ ବୃକ୍ଷରୋପଣ କରିବା ସହ ଏହାର ଯତ୍ନ ନେବାକୁ କହିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମହେଶ୍ୱର ପ୍ରଧାନ,କୈଳାଶ ରାଉଳ,ରିତେଶ ନାହାକ,ଶ୍ରୀକାନ୍ତ ରାଉଳ,ରବିନ୍ଦ୍ର ପ୍ରଧାନ,ସାଗର ସ୍ୱାଇଁ,ସନ୍ଦୀପ ସ୍ୱାଇଁ, ଜିତେନ୍ଦ୍ର ପ୍ରଧାନ,ଗୌରୀ ପ୍ରଧାନ,ଫିନୁ,ପିଙ୍କୁ ପ୍ରଧାନଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ