ବିଚଣା ଗ୍ରାମର ଢଳେଇ ରାସ୍ତା ନିମ୍ନମାନର ହୋଇଥିବା ଅଭିଯୋଗ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମପଂଚାୟତର ବିଚଣା ଗ୍ରାମର ଆର.ଡି.ରାସ୍ତାରୁ ଚିତ୍ରୋତ୍ପଳା ନଦୀ ବନ୍ଧ ପର୍ଯ୍ୟନ୍ତ ଏକ ସିମେଂଟ ଙ୍କକ୍ରୀଟ ରାସ୍ତା ଅତ୍ୟନ୍ତ ନିମ୍ନମାନର ହୋଇଥିବା ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ବ୍ଲକର କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏଭଳି ନିମ୍ନମାନର ସିମେଂଟ ଙ୍କକ୍ରୀଟ ରାସ୍ତା ନିର୍ମାଣ ହୋଇଥିବା ବେଳେ ଏହି କାର୍ଯ୍ୟ ନିମନ୍ତେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ବିଭାଗୀୟ ଭାବେ କାର୍ଯ୍ୟାଦ୍ଦେଶ ପ୍ରଦାନ କରାଯାଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସରକାରଙ୍କ ନିୟମ ଅନୁଯାଇ ଯେ କୈାଣସି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପୂର୍ବରୁ ପ୍ରଥମେ ଏକ ଫଳକ ସଂପୃକ୍ତ ସ୍ଥାନରେ ମରାଯାଇଥାଏ । ଯେଉଁଥିରେ ପ୍ରକଳ୍ପର ନାମ, କାର୍ଯ୍ୟ ନିର୍ବାହୀଙ୍କ ନାମ, ପ୍ରକଳ୍ପର ଅଟ୍ଟକଳ ପରିମାଣ ଓ ଆର୍ଥିକ ବର୍ଷ ପ୍ରଭୃତି ଉଲ୍ଲେଖ ରହିଥାଏ । କିନ୍ତୁ ଏହି ପ୍ରକଳ୍ପ ଗତ ଡିସେମ୍ବରମାସ ୨୯ତାରିଖରୁ ଆରମ୍ଭ ହୋଇ ୩୦ତାରିଖରେ ସଂପୂର୍ଣ୍ଣ ହୋଇଥିଲେବି ସେଭଳି କୈାଣସି ଫଳକ ଏପର୍ଯ୍ୟନ୍ତ କାର୍ଯ୍ୟସ୍ଥଳିରେ ମରାଯାଇନଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ସରକାରୀ ନିୟମକୁ ବହିର୍ଭୁତ କରାଯାଇ କମ ପରିମାଣର ଚିପ୍ସ ଓ ଅଧିକ ପରିମାଣର ବାଲି ଓ କମ ପରିମାଣର ସିମେଂଟ ମିଶ୍ରଣ କରାଯାଇ ଏହି ସିମେଂଟ ଙ୍କକ୍ରୀଟ ରାସ୍ତା ନିର୍ମାଣ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ପକ୍ଷରୁ ଜଗନ୍ନାଥ ଜେନା, ଅଭୟ ନାୟକ, ଲକ୍ଷ୍ମଣ ରଥ, ଅଭୟ କୁମାର ଦାସ, ତପନ କୁମାର ସାହୁ, ବିଜୟ କୁମାର ମହାନ୍ତି, ଅକ୍ଷୟ ନାୟକ, ନିରଞ୍ଜନ ସାମଲ, ଚନ୍ଦ୍ରଭାନୁ ଚୈାଧୁରୀ, ସୁବାଷ ଚନ୍ଦ୍ର ପରିଡା, ନବଘନ ପରିଡା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଦୁର୍ନିତୀ ନିବାରଣ ବିଭାଗରେ ମଧ୍ୟ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ