ବିଚାରପତିଙ୍କ ସୁରକ୍ଷା ପ୍ରସଙ୍ଗରେ ସମସ୍ତ ରାଜ୍ୟକୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ନିମ୍ନ ଅଦାଲତର ବିଚାରପତିଙ୍କ ସୁରକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ସପ୍ତାହ ମଧ୍ୟରେ ସମସ୍ତ ରାଜ୍ୟ ଏହାର ଉତର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ଯଦି ରାଜ୍ୟ ସରକାର ଏକ ସପ୍ତାହ ମଧ୍ୟରେ ଉତର ଦାଖଲ ନ କରନ୍ତି ତେବେ ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ପଡ଼ିବ । ସେହି ରାଜ୍ୟ ଗୁଡ଼ିକ ଉପରେ ଅଦାଲତ ୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲଗାଇଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ସେମାନଙ୍କ ଜବାବ ଦାଖଲ କରିନାହାନ୍ତି ।
ଶୁଣାଣି ସମୟରେ କେନ୍ଦ୍ର ସରକାର କହିଛ୍ତି ଯେ, ରାଜ୍ୟ ମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଉଛି । ବିଚାରପତିଙ୍କ ସୁରକ୍ଷା ପାଇଁ ଏକ ଜାତୀୟ ଶକ୍ତି ଗଠନ ବ୍ୟବହାରିକ ନୁହେଁ । ରାଜ୍ୟମାନେ ନିଜ ନିଜ ସର୍ତରେ ଏହା କରିବା ଉଚିତ । କୋର୍ଟ କହିଛନ୍ତି ଯେ, ଆସାମ ବ୍ୟତୀତ ଅନ୍ୟ କେହି ସନ୍ତୋଷଜନକ ଉତର ଦେଇନାହାନ୍ତି । ଅନେକ ରାଜ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କର ଉତର ଦାଖଲ କରିନାହାଁନ୍ତି । ଅଧିକାଂଶ ରାଜ୍ୟ କୋର୍ଟରେ ସିସିଟିଭି ସ୍ଥାପନ ପଳି ଜିନିଷ ଉଲ୍ଲେଖ କରିଛନ୍ତି । ସିସିଟିଭି ସହିତ କଣ ହେବ ? ଆକ୍ରମଣ ବନ୍ଦ ହେବ କି ? ଗୋଆ, ମହାରାଷ୍ଟ୍ର, ତାମିଲନାଡ଼ୁ, କେରଳ, ପଶ୍ଚିମବଙ୍ଗର ଉତରରେ କଣ ହେଲା ? ଅଗଷ୍ଟ ୬ରେ ହୋଇଥିବା ଶୁଣାଣି ସମୟରେ ସୁପ୍ରିମକୋର୍ଟ ସାରା ଦେଶରେ ବିଚାରିପତିଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ଏହି ମାମଲାରେ ନିଜର ଉତର ଦାଖଲ କରିବାକୁ କୋର୍ଟ ସମସ୍ତ ରାଜ୍ୟକୁ କହିଛନ୍ତି । କୋର୍ଟ ମଧ୍ୟ ଆଟର୍ଣ୍ଣି ଜେନେରାଲଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଯେ, ବିଚାରପତିଙ୍କ ସୁରକ୍ଷାକୁ ନେଇ ରାଜ୍ୟ ଗମ୍ଭୀର ନୁହଁନ୍ତି । ଏପରିକି ପୋଲିସ କିମ୍ବା ସିବିଆଇ ଧମକ ଅଭିଯୋଗକକୁ ଗମ୍ଭୀରତାର ସହ ନେଉନାହାଁନ୍ତି । ଅନ୍ୟ ଏକ ନୂଆ ଧାରା ଆରମ୍ଭ ହୋଇଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି । ଯେତେବେଳେ ବଡ଼ ଲୋକମାନେ ଅପରାଧିକ ମାମଲାରେ ଜଡ଼ିତ ହୁଅନ୍ତି ଏବଂ ପସନ୍ଦ ମୁତାବକ ଆଦେଶ ଆସେ ନାହିଁ, ସେମାନେ କୋର୍ଟର ଭାବମୂର୍ତିକୁ କ୍ଷୁର୍ଣ୍ଣ କରିବା ଆରମ୍ଭ କରନ୍ତି । ଏହା ସବୁ ଚିନ୍ତାଜନକ ।


