ବିଚାରପତି ନିଯୁକ୍ତି ସୁପାରିସକୁ ଚ୍ୟାଲେଂଜ

ନୂଆଦିଲ୍ଲୀ : ସଂଜୀବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍ ଦ୍ୱାରା ହୋଇଥିବା ସୁପାରିସକୁ ଚ୍ୟାଲେଂଜ କରି ଦାଖଲ କରାଯାଇଥିବା ପିଟିସନ୍ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ।
ଇଣ୍ଟରକଣ୍ଟିନେଣ୍ଟାଲ୍ ଆସୋସିଏସନ୍ ଅଫ୍ ଲୟର୍ସର ଅଧ୍ୟକ୍ଷ ଦେବାଶିଷ ମିଶ୍ରଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇ, ବିଚାରପତି ଏସ୍ ଏ ବବଡ଼େ ଓ ବିଚାରପତି ଅବଦୁଲ ଏ ନଜିରଙ୍କ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ଇଣ୍ଟରକଣ୍ଟିନେଣ୍ଟାଲ୍ ଆସୋସିଏସନ୍ ଅଫ୍ ଲୟର୍ସ ଦ୍ୱାରା ତିନୋଟି ଭିନ୍ନ ଭିନ୍ନ ପିଟିସନରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ଅକ୍ଟୋବର ୧୫ରେ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ଅଦାଲତ ଅବମାନନା ମାମଲା ଖାରଜ କରିବା, ଓଡ଼ିଶା ହାଇକୋର୍ଟ କଲେଜିୟମର ୩ ଜଣ ବିଚାରପତିଙ୍କୁ ଅନ୍ୟତ୍ର ବଦଳି କରିବା ତଥା ସଂଜୀବ କୁମାର ପାଣିଗ୍ରାହୀଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ନିଯୁକ୍ତି ପାଇଁ କରାଯାଇଥିବା ସୁପାରିସ ଯୋଗ୍ୟତା ଆଧାରରେ ନା ଅନ୍ୟ କିଛି ପ୍ରଭାବରେ କରାଯାଇଛି ସେନେଇ ସିବିଆଇ ତଦନ୍ତ ପାଇଁ ପିଟିସନରେ ଦାବି କରାଯାଇଥିଲା । ଉଲ୍ଲେଖଯୋଗ୍ୟ, ଚଳିତ ମାସ ୪ ତାରିଖରେ ସୁପ୍ରିମକୋର୍ଟର ଆଇନଜୀବୀ ସଂଜୀବ କୁମାର ପାଣିଗ୍ରାହୀ ଓ ଜୁଡିସିଆଲ ଅଫିସର ବିଭୂପ୍ରସାଦ ରାଉତରାୟଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ କଲେଜିୟମ ସୁପାରିସ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ