ବିଚାରମଞ୍ଚର ହସ୍ତକ୍ଷେପ ପରେ ନିର୍ଯ୍ୟାତିତମାନଙ୍କୁ ମାଗଣା ଚାର୍ଜସିଟ୍ ନକଲ ମିଳିଲା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଏସ୍‌.ସି/ଏସ୍‌.ଟି ଆକ୍ଟରେ ନିର୍ଯ୍ୟାତିତମାନଙ୍କୁ ମାମଲାର ଚାର୍ଜସିଟ୍ ନକଲ ମାଗଣାରେ ପ୍ରଦାନ କରିବାକୁ ବ୍ୟବସ୍ଥା ଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ମିଳୁପାରୁ ନଥିଲା । ଏ ଦିଗରେ ରାଜ୍ୟର ଅଗ୍ରଣୀ ଗଣ ସଂଗଠନ ଆମ୍ବେଦକର ଲୋହିଆ ବିଚାରମଞ୍ଚ ହସ୍ତକ୍ଷେପ କରି ସଫଳତା ପାଇଛି ଓ ତିନୋଟି ମାମଲାରେ ନିର୍ଯ୍ୟାତିତମାନେ ମାଗଣାରେ ଚାର୍ଜସିଟ୍ ନକଲ ପାଇପାରିଛନ୍ତି । ଉଲ୍ଳେଖଯୋଗ୍ୟ ଯେ ଏସ୍‌.ସି/ଏସ୍‌.ଟି (ପିଓଏ) ଆକ୍ଟର ଗତ ୨୦୧୫ ମସିହାରେ ଯେଉଁ ସଂଶୋଧନ ହୋଇଥିଲା ଏଥିରେ ନିର୍ଯ୍ୟାତିତମାନଙ୍କୁ ମାଗଣାରେ ଚାର୍ଜସିଟ୍ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଅଦ୍ୟାବଧି ରାଜ୍ୟରେ ଏହା କାର୍ଯ୍ୟକାରୀ କରାଯାଉନଥିଲା । ବିଚାର ମଞ୍ଚ ପକ୍ଷରୁ ନିର୍ଯ୍ୟାତିତମାନଙ୍କୁ ଉପଯୁକ୍ତ ଧାରା ଅନୁଯାୟୀ କଟକ ଜିଲ୍ଲା ଗ୍ରାମାଞ୍ଚଳ ପୋଲିସ୍‌ର ଏସ୍‌.ଡି.ପି.ଓ. ଓ କମିଶନରେଟର ଏ.ସି.ପି.ମାନଙ୍କୁ ଆବେଦନ କରିବା ନିମନ୍ତେ ପରାମର୍ଶ ଦେବା ଦ୍ୱାରା ତାହା ମିଳିବା ସମ୍ଭବ ହୋଇଛି । ଏହି ଉଦ୍ୟମ ଯୋଗୁଁ ପ୍ରଥମ କରି ଜଗତପୁର ଥାନା କେସ୍ ନଂ-୧୭୦/୨୦୧୭ରେ ତୁଳସୀ ନାଏକ, ଚୌଦ୍ୱାର ଥାନା କେସ୍ ନଂ-୬୦/୨୦୧୨ରେ ଲକ୍ଷ୍ମୀପ୍ରିୟା ମଲ୍ଲିକ ଓ ନିଶ୍ଚିତକୋଇଲି ଥାନା କେସ୍ ନଂ-୮୨/୨୦୨୦ରେ ଅର୍ଚ୍ଚନା ସାମଲ ପ୍ରମୁଖ ନିର୍ଯ୍ୟାତିତମାନଙ୍କୁ ବିନା ମୂଲ୍ୟରେ ଚାର୍ଜସିଟ୍ ନକଲ ମିଳିପାରିଛି । ଏଥିପାଇଁ କଟକ କମିଶନରେଟ ଓ ଜିଲ୍ଲା ପୋଲିସ୍ ପ୍ରଶାସନକୁ ଆମ୍ବେଦକର ଲୋହିଆ ବିଚାରମଞ୍ଚର ସଭାପତି ସଂଗ୍ରାମ ମଲିକ ଓ ସମ୍ପାଦକ ତପନ ସାମଲ ସାଧୁବାଦ ଜଣାଇଛନ୍ତି ଏବଂ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ଏହିପରି ମାଗଣାରେ ଚାର୍ଜସିଟ୍ ପ୍ରଦାନ କରାଯିବ ବୋଲି ଆଶାପ୍ରକଟ କରିଛନ୍ତି । ଏହା ଫଳରେ ନିର୍ଯ୍ୟାତିିତମାନଙ୍କର ଅନ୍ୟତମ ଅଧିକାର ସାବ୍ୟସ୍ତ ହୋଇପାରିଛି ଏବଂ ଏହା ମାମଲାଗୁଡ଼ିକର ତଦାରଖ ଓ ରିଲିଫ୍ ପ୍ରଦାନ କ୍ଷେତ୍ରରେ ସହାୟକ ହେବ ବୋଲି ଶ୍ରୀ ମଲିକ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଏ ସମ୍ପର୍କରେ ବିଚାରମଞ୍ଚ ପକ୍ଷରୁ ରାଜ୍ୟ ଏସ୍‌.ସି ଓ ଏସ୍‌.ଟି ଉନ୍ନୟନ ବିଭାଗ, ଅତିରିକ୍ତ ଡି.ଜି, ମାନବ ଅଧିକାର ସୁରକ୍ଷା ପ୍ରକୋଷ୍ଠ, ରାଜ୍ୟ ମାନବାଧିକାର କମିଶନ ଏବଂ ବିଭିନ୍ନ ଜିଲ୍ଲା ଏସ୍‌.ପି.ମାନଙ୍କ ନିକଟରେ ଦାବି ଉପସ୍ଥାପନ କରି ଆସୁଥିଲେ ଯାହା ଏବେ ସଫଳ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ