ବିଛିନ୍ନତାବାଦୀ ନେତା ଗିରଫ
ବିଛିନ୍ନତାବାଦୀ ୟାସିନ ମଲ୍ଲିକଙ୍କୁ ଆଜି ଏନଆଇଏ ଗିରଫ କରିଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ସେ ଜେକେଏଲଏଫର ମୁଖ୍ୟ ପରିଚାଳକ ।
ପୂର୍ବରୁ ଆତଙ୍କବାଦ ଏବଂ ବିଚ୍ଛିନ୍ନତାବାଦ ଉପରେ ବଡ କାର୍ୟ୍ୟନୁଷ୍ଠାନ ସ୍ୱରୁପ ମୋଦୀ ସରକାର ବଡ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ର ସରକାର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକର ସଂଗଠନ ଜେକେଏଲଏଫ(ଜାମ୍ମୁ-କାଶ୍ମୀର ଲିବେରସନ ଫ୍ରଣ୍ଟ) ଉପରେ ପ୍ରତିବନ୍ଧକ ଲଗାଇଥିଲେ । କ୍ୟାବିନେଟ ସୁରକ୍ଷା ସମିତିର ବୈଠକ ଏହି ନଷ୍ପତ୍ତି ନିଆଯାଇଛି । ସରକାର ଆତଙ୍କବାଦ ବିରୋଧୀ ଆଇନ ଅନୁସାରେ ଏହି ପ୍ରତିବନ୍ଧକ ଲଗା ଯାଇଥିଲା ।
ୟାସିନ ମଲିକ ଉପରେ ଅଭିଯୋଗ ରହିଛି ଯେ ୧୯୯୪ରେ ଭାରତ ବିରୋଧୀ ଗତିବିଧି ଚଲାଉଥିଲା । ସେ ଦେଶର ପାସପୋର୍ଟରେ ପାକିସ୍ତାନ ଯାଇ ସେଠାରେ ଦେଶ ବିରୋଧୀ କାର୍ୟ୍ୟତକଳାପରେ ଲିପ୍ତ ଥିଲା । ଏହା ପୂର୍ବରୁ ମୋଦୀ ସରକାର ଜମାତେ ଇସଲାମ ଉପରେ ମଧ୍ୟ ପ୍ରତିବନ୍ଧ ଲଗାଇଥିଲେ ।
ୟାସିନ ମଲିକର ନାଁ ସେହି ବିଚ୍ଛିନ୍ନତା ନେତା ମାନଙ୍କ ମଧ୍ୟରେ ଆସୁଛି ଯେଉଁମାନେ ଘାଟିରେ ଭାରତ ବିରୋଧୀ କାର୍ୟ୍ୟକଳାପକୁ ପ୍ରୋତ୍ସାହିତ କରିଥାନ୍ତି । ସେ ଘାଟିରେ ତ୍ରିରଙ୍ଗାର ବିରୋଧରେ ଅଭିଯାନ କରିଥାନ୍ତି । ବିଶେଷଜ୍ଞମାନଙ୍କ କହିବା କଥା ଯେ ୟାସିନ ପରି ନେତାମାନଙ୍କ ଉପରେ ବହୁ ଆଗରୁ ପ୍ରତିବନ୍ଧକ ଲଗାଯିବା କଥା, କିନ୍ତୁ ଏହା ବହୁ ବିଳମ୍ବରେ ହୋଇଛି । ୟାସିନ ମଲିକକୁ ପୂର୍ବର ସରକାର ମାନେ କୋଟି କୋଟି ଟଙ୍କା ଦେଇ ପାଳୁଥିଲେ ।


