ବିଜାତଳାରେ ଆମ ଓଡ଼ିଶା ତରଫରୁ ୨୧ ୟୁନିଟ ରକ୍ତ ସଂଗ୍ରହ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):କରୋନା ସଂକ୍ରମଣ ସମଗ୍ର ବିଶ୍ଵରେ ତାର କାୟା ବିସ୍ତାର କରିଚାଲିଛି ।ଜନ,ଜୀବନ ଅତିଷ୍ଠ ।ଜଳ ପଥ,ସ୍ଥଳ ପଥରେ,ଆକାଶ ପଥ,କଳ କାରଖାନା, ବାଣିଜ୍ୟ ପ୍ରତିଷ୍ଠାନ ସବୁ ଠପ୍ । ଏହି ଜାତୀୟ ଦୁର୍ବିପାକ ସମୟରେ ସ୍ବାସ୍ଥ୍ୟସେବା ଉପରେ ବ୍ୟାପକ ପ୍ରଭାବ ପଡିଛି ।ବିଶେଷତଃ ଡାକ୍ତରଖାନା ମାନଙ୍କରେ ରକ୍ତ ଅଭାବ ଦେଖାଦେଇଛି । ଯାହାଫଳରେ ରକ୍ତ ଟୋପାଏ ପାଇଁ ଜୀବନ ସହିତ ଯୁଝୀ ହେଉଛନ୍ତି ରୋଗୀମାନେ।ଏହାକୁ ଲକ୍ଷ୍ୟ କରି ଯୁବ ସ୍ବାଭିମାନ ଦିବସରେ ଓଡ଼ିଶାର ଅଗ୍ରଣୀ ଅନୁଷ୍ଠାନ ସମ୍ବାଦ ଓ ଆମ ଓଡ଼ିଶା ଆନୁକୂଲ୍ୟରେ ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକର ଭରଣ୍ଡିଆସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଦିନ ସମ୍ବାଦ ଜିଲ୍ଲା ପ୍ରତିନିଧି ଅସିମ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଡିଏଫଓ ଡଃ ଅରୁଣ ମିଶ୍ର ସମ୍ମାନିତ ଅତିଥି ଟେକ୍ନୋ ଓ୍ବାର୍ଲଡର ଡାଇରେକ୍ଟର ଇଂ ଉମାକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ବିଜାତଳା ବ୍ଲକ ସମ୍ବାଦ ପ୍ରତିନିଧି ଯୁଧିଷ୍ଠିର ପରିଡ଼ା ,ବନପାଳ ସତ୍ୟବ୍ରତ ପଟ୍ଟନାୟକ, ବନପାଳ ସଂଜୟ ବେହେରା,କଥାଶିଳ୍ପୀ ଲଳିତ ମହାନ୍ତ, ଶିକ୍ଷକ ସୁରେନ୍ଦ୍ର ସୋରେନ, ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ସ୍ମୃତି ରଂଜନ ପାଣି, ଶ୍ରମିକ ନେତା ନିଗମାନନ୍ଦ ପଟ୍ଟନାୟକ, ବିଜେଡି ଯୁବନେତା ଗଣେଶ ମିଶ୍ର,ବିଜୁ ବେହେରା, ସୀତାରାମ ମାହାଲି, ପଙ୍କଜ ସିଂ, ଡଲଫିନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ରାଇରଙ୍ଗପୁର ରକ୍ତ ଭଣ୍ଡାରର ଡଃ ପ୍ରତ୍ୟୁଷ ପବିତ୍ର ମିଶ୍ର ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବାବେଳେ ରକ୍ତଭଣ୍ଡାରର କର୍ମଚାରୀ ବୈକୁଣ୍ଠ ନାଥ ସାଲ,ଜଳେନ୍ଦ୍ର ନାଥ ରଣା, ଦେବବ୍ରତ ଗିରି , ସୁମନ୍ତ ଗିରି, ଗୀତାଞ୍ଜଳି ଗିରି,ରଜନୀ ଭରପୁରିଆ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ରକ୍ତ ସଂଗ୍ରହ କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜନ ବିଜାତଳା ବ୍ଲକର ବିଶିଷ୍ଟ ସମାଜସେବୀ ଗଣେଶ ରାଉତ କାର୍ଯ୍ୟକ୍ରମର ସଫଳତା ରୂପାୟନ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


