ବିଜାତଳାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ଵିଜାତଳା ବ୍ଲକର ବିଜାତଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ବିଜାତ ବ୍ଲକ ଅଧ୍ୟକ୍ଷ ନିମାଇଁ ଚରଣ ମୁର୍ମୁ ଏବଂ ବିଡ଼ିଓ ତ୍ରିନାଥ ମାଝୀଙ୍କ ପ୍ରତ୍ୟେକ୍ଷତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।ଏହି ଶିବିରରେ ୩୫୨ ଜଣ ନାମ ପଂଜିକୃତ କରିଥିଲେ ।୨୫୪ ଜଣ ହାଡ଼ଭଙ୍ଗା ଅସ୍ଥିଶଲ୍ୟ ,୫୪ ଜଣ ଚକ୍ଷୁ,୨୬ଜଣ ମାନସିକ ସ୍ଵାସ୍ଥ୍ୟ,୧୮ ଜଣ କର୍ଣରୋଗରେ ନାମ ପଂଜିକୃତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ମାନଙ୍କୁ ଭିନ୍ନକ୍ଷମ ସାମଗ୍ରୀ,ବସପାସ,ଆୟ ପ୍ରମାଣପତ୍ର,ବାଣୀ ଶ୍ରୀ ଓ ଛାତ୍ରବୃତ୍ତି ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ପାର୍ବତୀ ହେମ୍ବ୍ରମ,ବ୍ଲକ ବିଜୁ ଯୁବ ବାହିନୀ ସଂଯୋଜକ ଯୁଧିଷ୍ଠିର ପରିଡା ପରିଚାଳନାରେ ସହଯୋଗ କରଥିଲେ ।ଏହି କାର୍ଯ୍ୟକ୍ରମ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ