ବିଜାତଳା ବ୍ଲକରେ ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ ;୨୪୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ଵଣ୍ଟନ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ସମସ୍ତ ଗରିବ,ଗୁରୁବାର, ଅସହାୟ,ଦିଵ୍ଯାଙ୍ଗ,, ରୋଗାକ୍ରାନ୍ତ,ଅଗ୍ନି ପିଡିତା,ବାତ୍ୟା ପିଡିତା,ହାତୀ ଆକ୍ରାନ୍ତ,ବନ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ବାସିନ୍ଦାଙ୍କୁ ମୁଣ୍ଡ ଉପରେ ଛାତ ପାଇଁ ଅନ୍ତୋଦୟ ଯୋଜନାରେ ଅଗ୍ରାଧିକାର ଭିତ୍ତିରେ ଗୃହ ମଂଞ୍ଜୁର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ । ଓଡ଼ିଶାକୁ ବିକଶିତ କରିବା ପାଇଁ ଡବଲ ଇଞ୍ଜିନ ସରକାର ଅଗ୍ରାଧିକାର ଭିତ୍ତିରେ ଯୋଜନା କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକରେ ଆଭାଷୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତୋଦୟ ଯୋଜନାରେ ଗୃହ ଯୋଜନା ଶୁଭାରମ୍ଭ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ବିଜାତଳା ବ୍ଳକ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ରାଣୀ ମୁର୍ମୁ,ବିଡିଓ ବଂଶିଧର ଖୋସଲା, ସହକାରୀ ଯନ୍ତ୍ରୀ ବିମଳା ମାର୍ଣ୍ଡୀ, କନିଷ୍ଠ ଯନ୍ତ୍ରୀ ଚିତ୍ରସେନ ମହିନନ୍ଦିଆ,,ସନ୍ଦୀପ ଆନନ୍ଦ,,ବିପିସି କ୍ରୀଷ୍ଣା ଦାସ,ପ୍ରାକ୍ତନ ଅଧ୍ୟକ୍ଷ ନିମାଇଁ ମୁର୍ମୁ,ବିଜେପି ଜିଲ୍ଲା ସଂପାଦକ ସରୋଜ ମହାନ୍ତ, ସମସ୍ତ ସରପଞ୍ଚ, ସମିତି ସଭ୍ୟ/ ସଭ୍ୟା, ପ୍ରମୁଖ ଉପସ୍ଥିତ ଥିଲେ । ।ଏହି କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଅନ୍ତୋଦୟ ଯୋଜନାରେ ଗୃହ ପାଇଁ ଚୟନ ହୋଇଥିବା ୨୪୦ ଜଣ ହିତାଧିକାରୀଙ୍କ ମଧ୍ୟରୁ ୯୩ ଜଣଙ୍କୁ ଅତିଥିଗଣ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ ।ତେବେ ବିଭିନ୍ନ ପଞ୍ଚାୟତରେ ବାଦ ପଡ଼ିଯାଇଥିବା ଯୋଗ୍ୟ ହ ତାଧିକାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ବିଡ଼ିଓ ଶ୍ରୀ ଵଂଶୀଧର ଖୋସଲା ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ପଞ୍ଚାୟତ ଅଧିକାରୀ,ବ୍ଳକ କର୍ମଚାରୀ ସହଯୋଗ କରିଥିଲେ ।


