ବିଜାତଳା ବ୍ଲକ୍ ର ଖନ୍ତ ଗ୍ରାମପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :- ଖନ୍ତ ଗ୍ରାମପଞ୍ଚାୟତ ରେ ସରପଞ୍ଚ ଆସନ ପାଇଁ ପ୍ରାର୍ଥୀ ମାନଙ୍କର ଜୋରଦାର ପ୍ରଚାର ପ୍ରସାର ଚଳାଇଥିବା ବେଳେ ଇଂ ଅଜୟ ହାଁସଦାଃ ମଧ୍ୟ ତିନୋଟି ଗାଁ ର ମହିଳା ସମର୍ଥକ ମାନଙ୍କୁ ନେଇ ଗାଁ ଗାଁ ବୁଲି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଖନ୍ତ ଗ୍ରାମପଞ୍ଚାୟତ ରେ ମୋଟ ୯ ଗୋଟି ଗାଁ ୧୫ ଟି ୱାର୍ଡ ମୋଟ ଭୋଟର ସଂଖ୍ୟା ୫ହଜାର ୬୧୬ ରହିଛନ୍ତି ସେଥିମଧ୍ୟରୁ ପୁରୁଷ ୨ ,୭୭୪ ଓ ମହିଳା ୨,୮୪୨ ଅଛନ୍ତି । ତେବେ ଇଂ ଅଜୟ ହାଁସଦାଃ ପ୍ରଚାର ପ୍ରସାର ନିଆରା ଡଙ୍ଗରେ ଚଳାଇଛନ୍ତି । ଭୋଟର ମାନଙ୍କୁ ସିଧାସଳଖ ଗାଁ ର ସମସ୍ୟା ତଥା ରାସ୍ତା ଘାଟ , ପାନୀୟ ଜଳ , ଭତ୍ତା ଓ ଯୁବକ ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବାରେ ଚେଷ୍ଟା କରିବି ବୋଲି ବୁଜାଉଛନ୍ତି । ଭୋଟର ମାନଙ୍କୁ ମନକୁ ଜିଣିବାରେ ଯଥା ଶକ୍ତି ନିଜ ଆଡକୁ ଟାଣିବାରେ ସକ୍ଷମ ହେଉଥିବା ଦେଖିବାକୁ ମିଳିଥିଲା । କାରଣ ଚଳିତ ବର୍ଷ ଉଚ୍ଚସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଖନ୍ତ ଗ୍ରାମପଞ୍ଚାୟତ ପାଇଁ ସରପଞ୍ଚ ପ୍ରାର୍ଥୀ ଏକ ମାତ୍ର ଶିକ୍ଷିତ ଯୁବନେତା ଭାବେ ସମାଜସେବା କରିବା ପ୍ରୟାସ କୁ ଭୋଟର ଗ୍ରହଣ କରୁଥିବା ନଜରକୁ ଆସିଛନ୍ତି । ତେଣୁ ପଞ୍ଚାୟତ ନିର୍ବାଚନ ରେ ନିଶ୍ଚିତ ରୂପେ ଅଧିକ ଭୋଟ ପାଇ ଜିଣିବେ ପ୍ରାର୍ଥୀ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ